Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Inspirational Others

4  

Bharatabandhu Biswal

Romance Inspirational Others

ପତି ପରମେଶ୍ବର

ପତି ପରମେଶ୍ବର

1 min
173



ନାଲି ଶଙ୍ଖାଚୂଡି ପାଦରେ ଅଳତା

ମଥାରେ ଟୋପେ ସିନ୍ଦୂର

ଅର୍ଦ୍ଧାଙ୍ଗିନୀ ପତ୍ନୀ ଧର୍ମ ପତିପ୍ରାଣା

ପତି ହିଁ ପରମେଶ୍ୱର ।

କାୟମନୋବାକ୍ୟେ ସ୍ୱ।ମୀ ସୁହାଗିନୀ

ଗ୍ରହୀତା ପାଣି ବିଶ୍ୱାସେ

ନିଭାଏ ସମ୍ବନ୍ଧ ପତ୍ନୀ ଶ୍ୱଶୁରାଳେ

ତ୍ୟାଗେ ନିଃଶ୍ୱାସକୁ ଶେଷେ ।

ସଂସାରର ଘନ ବନ୍ଧୁର ପଥରେ

ମିଶାଇ ପାଦକୁ ପାଦ

ସହଚରୀ ପତ୍ନୀ ସୃଜନେ ପାଳନେ

ପତିଙ୍କୁ ଦିଏ ଆହ୍ଲାଦ ।

ଆସୁ ଝଡ଼ ଝଞ୍ଜା ସୁଖ ଅବା ଦୁଃଖ

ହସାଏ ସୁନା ସଂସାର

ଜୀବନ ଦାୟିନୀ ନଦୀ ସମ ପତ୍ନୀ

ଏକାକାରେ କୁଳୋଜ୍ଜ୍ୱଳ ।

ଶୟନେ ସ୍ୱପନେ ଅବା ଜାଗରଣେ

ଜୀବନର ପ୍ରତିକ୍ଷଣ

ପତି ପରାୟଣେ ଭୁଲି ଆପଣାକୁ

ବିତରେ ସେନେହ ପ୍ରେମ ।

ସେବା ସମର୍ପଣ ପବିତ୍ର ନିଷ୍ଠାରେ

ଶବ ବି ପାଲଟେ ଶିବ

କାଷ୍ଠ ଓ ପାଷାଣେ ପରମେଶ୍ବର ବି

ମୂର୍ତ୍ତିମନ୍ତ ଆବିର୍ଭାବ ।

ସତୀ ସୁଚରିତା ନାରୀ ପୂଜନୀୟା

ମହାଶକ୍ତି ମୂଳାଧାର

ତା ମଥା ସିନ୍ଦୂର ଚମକେ ଉଜ୍ଜ୍ବଳ

ସ୍ୱର୍ଗ ମର୍ତ୍ତ୍ୟ ତିନି ପୁର ।

ମୋ ପୁଣ୍ୟ ଭୂମିରେ ସୀତା ଓ ସାବିତ୍ରୀ

ପବିତ୍ରତା ସୂଚିବ୍ରତେ

ଆଦର୍ଶ ସଂସ୍କାରେ ନାରାୟଣ ନର

ନାରୀ ସର୍ବତ୍ର ପୂଜ୍ୟତେ ।

  ---+++---


Rate this content
Log in

Similar oriya poem from Romance