STORYMIRROR

Bijay Prusty

Romance

4  

Bijay Prusty

Romance

ନିଆରା ପ୍ରେମକଥା

ନିଆରା ପ୍ରେମକଥା

1 min
274

ଅମର ପ୍ରେମର ଅମର କାହାଣୀ

ସ୍ୱର୍ଗର ନନ୍ଦନ ବନ

ସୁବିସ୍ତିର୍ଣ୍ଣ ଏଇ ନୀଳ ପାରାବାର

ତଟଦେଶ ପାଦଚିହ୍ନ I

କିଏ ବା ଦେଖିଛି କିଏ ବା ଶୁଣିଛି

ହୃଦୟର ଅନୁଭବ

ସବୁଠୁ ସୁନ୍ଦର ସବୁଠୁ ନିଆରା

ଆମ ପ୍ରେମ ବଇଭବ I

ଚାଲସଖୀ ଆମେ ଯାତ୍ରା ଆରମ୍ଭିବା

ପାଦରେ ମିଶାଇ ପାଦ

ହାତେହାତ ରଖି ଗୀତଟେ ଗାଇବା

ପ୍ରେମର ବେସୁରା ଛନ୍ଦ I

ଆମ ଯାତ୍ରାପଥେ କୁଳୁକୁଳୁ ନାଦେ

ନଈ ବି ତୋଳିବ ସ୍ୱର

ନୀଳ ଆକାଶର ଉଡନ୍ତା ଚଢେଇ

ହେବ ଆମ ସହଚର I

କିଛି ବାଧାବିଘ୍ନ ମାନିବାନି ଆମେ

ମନରେ ନରଖି ଭୟ

ଆଗରେ ଦିଶୁଛି ଆମ ଲକ୍ଷ୍ୟସ୍ଥଳ

ସେଇ ଦୂର ଦିଗବଳୟ I

ସେଇଠି ଗଢିବା ପ୍ରେମର ନଅର

ପାରିବେନି କେହି ଦେଖି

ମନ ଆନନ୍ଦରେ ଉଡି ବୁଲିବା ଲୋ

ଆମେ ଦୁଇ ପ୍ରେମ ପକ୍ଷୀ I


Rate this content
Log in

Similar oriya poem from Romance