STORYMIRROR

Bikash Das

Abstract Romance Inspirational

4  

Bikash Das

Abstract Romance Inspirational

ସ୍ମୃତି କେବେ

ସ୍ମୃତି କେବେ

1 min
155


ସ୍ମୃତି କେବେ,

    ଆଖିର ଭାଷାଟିଏ

    ମନର କୋହଟିଏ

    ଅଛିଣ୍ଡା ଗପଟିଏ

    ଶୀତଳ ଜ୍ୟୋସ୍ନା ଟିଏ

    ସ୍ବପ୍ନ ଭରା କାହାଣୀ ଟିଏ ।


 ସ୍ମୃତି କେବେ,

    କଅଁଳିଆ ଖରାଟିଏ

    ସବୁଜିଆ ବନାନୀ ଟିଏ

    ନିଦ ଭରା ରାତି ଟିଏ

    ହସୁଆ ମନ ଟିଏ

    ମନର ଆବେଗ ଟିଏ ।


ସ୍ମୃତି କେବେ,

    ମେଘୁଆ ଆକାଶ ଟିଏ

    ସ୍ବପ୍ନ ଭରା କାହାଣୀ ଟିଏ

    ଧୂସୁରିଆ ବର୍ଣ୍ଣାଳୀ ଟିଏ

    ସଜ ଫୁଟା ଗୋଲାପ ଟିଏ

    ଝଲସିଆ ମନ ଟିଏ ।


ସ୍ମୃତି କେବେ,

    ମନର ନାଇକା ଟିଏ

    ମତୁଆଲା ଯୌବନ ଟିଏ

    ଝୁଲନ୍ତା ସୌଦ୍ଧ ଟିଏ

    ନାନାବାୟା ଗୀତ ଟିଏ

    ଆଖିର ଆଇନା ଟିଏ ।


ସ୍ମୃତି କେବେ,

    ଛଳଛଳ ଆଖି ଟିଏ

    ସୁଉ ସୁୁଉ ପବନ ଟିଏ

    ଛାତି ତଳ ସ୍ପନ୍ଦନ ଟିଏ

    ଚୁପ୍ ଚାପ୍ କଥା ଟିଏ

    ପ୍ରେମର ମନ୍ଦିର ଟିଏ ।


ସ୍ମୃତି କେବେ,

    ବେଦର ଧ୍ୱନି ଟିଏ

    ମନର ମିଳନ ଟିଏ

    ସାତସୁର ସଙ୍ଗୀତ ଟିଏ

    ମିଠା ମିଠା ଅନୁଭୂତି ଟିଏ

    ଫିକା ଫିକା ଜହ୍ନ ରାତି ଟିଏ ।


Rate this content
Log in

Similar oriya poem from Abstract