STORYMIRROR

Bijay Prusty

Romance

4  

Bijay Prusty

Romance

ମୌସୁମୀ ଆସିଛି ବୋଲି

ମୌସୁମୀ ଆସିଛି ବୋଲି

1 min
181

ମୋ ଗାଆଁକୁ ଆସେ ତୁମ ଗାଆଁ ମୌସୁମୀ

ମାନ ଅଭିମାନ ତେଜି

ବଦଳାଇଦିଏ ମୋ ଦୁନିଆ ଛବି

ଦୁଃଖ ସବୁ ଯାଏ ହଜି I


ତୁମ ଗାଆଁ ବାଦଲ ମୋ ଗାଆଁକୁ ଆସି

ଝରିଲେ ବରଷା ହୋଇ

ଲୁଚି ଲୁଚି ତୁମେ ସପନରେ ଆସ

ଦିଶୁଥାଏ ତୁମ ଛାଇ I


ତୁମ ଗାଆଁ ଜହ୍ନ ଜୋଛନା ଢାଳିଲେ

ମୋ ଗାଆଁ ମାଟି ହସେ

ମୋ ଗାଆଁ ଜହ୍ନ ନିରେଖି ଚାହିଁଲେ

ତୁମରି ରୂପଟି ଦିଶେ I


ଦୂର ପରବତ ସୁନ୍ଦର ଦିଶେ ଲୋ

ଦୂର ନଈ ସୁଅ ଟାଣ

ଦୂରେ ଥାଇ ତୁମେ ଶୁଭ ମନାସିଲେ

ଡରିଯାଏ ଜନ୍ତୁରାଣ I


ମୋ ଦୁଃଖରେ ଯେବେ ତୁମରି ଆଖିରୁ

ଝରେ ଦୁଇଟୋପା ଲୁହ

ମୋ ମନରେ ଯେଉଁ ଭାବାନ୍ତର ହୁଏ

ଦେଖିଛ କି ନାହିଁ କୁହ ?


ତୁମରି ହସରେ ମୋ ଦୁନିଆ ହସେ

ଆଖିରେ ଉଛୁଳେ ଖୁସି

ତୁମରି ପ୍ରେମର ଦରିଆରେ ସଖୀ

ଭାସୁଛି ମୁଁ ହସି ହସି I



Rate this content
Log in

Similar oriya poem from Romance