STORYMIRROR

Sambit Srikumar

Romance Classics Inspirational

4  

Sambit Srikumar

Romance Classics Inspirational

ଆହତ ମନ

ଆହତ ମନ

1 min
259


ଥାଉ! 

ମୋ ଆଡ଼କୁ ବଢାଅନା ହାତ

ବାରେ କରେ ତୋଳିବାକୁ ମୋତେ

କରନା ବୃଥା ପ୍ରୟାସ

ମୋ ମଥାରେ ଆଙ୍କିବାକୁ

ସ୍ନେହଭରା ମଧୁର ଚୁମ୍ବନ!


ମୁଁ ଚାଲି ଯାଇଛି ଦୂରକୁ

ବହୁ ଦୂରକୁ ଅପହଞ୍ଚ ଦୂରକୁ

ଛିନ୍ନ କରି ସବୁ ମାୟା ମୋହ 

ମମତାର ଦୃଢ଼ ବନ୍ଧନକୁ

ଢ଼ିଲା କରି ପ୍ରେମ ପ୍ରୀତିର ଶିକୁଳିକୁ! 


ସଭିଙ୍କ ଅଲକ୍ଷ୍ୟରେ ଦୁନିଆଁର 

ଅଣଦେଖା ପଣରେ

ମୁଁ ଯାଇଛି ଦୂରେଇ ନିଜଠୁ

ପରଠୁ ସଭିଙ୍କଠୁ

କାହା ପାଇଁ ନାହିଁ ମୋର 

ତିଳେ ମାତ୍ର ଅନୁଯୋଗ

ଅଭିମାନ ଅବା କଟୁ ଅଭିଯୋଗ

ଦୂର ହୋଇ ପର ହେବା

ଯଦି ମୋର ଭାଗ୍ୟ

କିଏ ବା କାହିଁକି ଏଥିରେ 

ସମଭାଗୀ ହେବ?


ଯେତେ ଚେଷ୍ଟା କଲେ 

ମଧ୍ୟ ତୁମେ କେହି ମୋତେ 

ପାରିବନି ଛୁଇଁ ଅବା ଧରି

କାହିଁକିନା ମୋ କ୍ଷତର ବ୍ଯାପ୍ତି 

ଅସୀମ ଅନନ୍ତ ଏ ସାରା ଆକାଶ

ଆଉ ତୁମ ହାତ ବହୁତ ଛୋଟ

ଛୁଇଁବାକୁ ତୁମେ ଅସମର୍ଥ 

ପୋଛିବାକୁ ମୋ ମନର ଆଘାତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance