STORYMIRROR

Manorama Sahoo

Romance Others

4  

Manorama Sahoo

Romance Others

ଗୋଲାପ

ଗୋଲାପ

1 min
225

ଗୋଲାପ ଫୁଲର କଣ୍ଟା ଯେତିକି

        ଜୀବନ ବାଟରେ ତୃଷ୍ଣା ସେତିକି

ଆସିିିଥିଲ ପୁୁଷ୍ପ ମହକ ନେଇ

        ଚାଲିଗଲ ସବୁ କଣ୍ଟକ ଦେଇ।


ଗୋଲାପ ଫୁଲର ପାାଖୁଡା ଭଳି

        ତୁମ ପ୍ରେମ ଥିଲା ସଞ୍ଜ ସଲିତା ଭଳି

ଫୁଲର ପାଖୁଡ଼ା ଯାଏ ମଉଳି

         ଲିଭିଯାଏ ସଞ୍ଜ ସଳିତା ଜଳି।


ଗୋଲାପ ଫୁଲ ମୁଁ ଭାବିଲି ତୁମକୁ

        ଗୋଲାପି ପୀରତି ଦେଇ

ଗୋଲାପ ଫୁଲର କଣ୍ଟା ଦେଇଗଲ

        ରଙ୍ଗ ହୀନ କରିଦେଇ।


ଗୋଲାପ ଦେଇ ମୁଁ ପ୍ରତାରିତ ଆଜି

        ଯନ୍ତ୍ରଣା ର ଜ୍ବଳନରେ

ଗୋଲାପ କଣ୍ଟାରେ ହେଉଛି ମୁଁ ଭାଜି

         ଆଖିିିର ଏ ଅଶ୍ରୁ ଧାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance