STORYMIRROR

Manorama Sahoo

Romance Others

4  

Manorama Sahoo

Romance Others

ତୁମେ ଏକା ସାଥୀ

ତୁମେ ଏକା ସାଥୀ

1 min
288

ପ୍ରେମ ପତ୍ର ଲେଖିଲେ କଣ ତୁମେ ବୁଝିବ

ମୁଁ ତୁମକୁ ଭଲପାଏ ବୋଲି

ମାନଖୋଲି କହିଲେ କଣ ତୁମେ ବୁଝିବ

ମୁଁ କେବଳ ତୁମକୁ ଚାହେଁ ବୋଲି।


 ଅଧର ମୋ କଲେ ନାଲି କଣ ତୁୁୁମେ ବୁୁଝିବ 

ଏ ଓଠ ତୁମ ନିବିଡ଼ତା ଚାହେଁ ବୋଲି

ଗଭାରେ ଗଜରା ବାନ୍ଧିଲେ କଣ ତୁମେ ବୁଝିବ

ଏ ସୁଗନ୍ଧ ପୁୁଷ୍ପ ତୁମ ଅପେକ୍ଷାରେ ବୋଲି।

ପାାଉଁଜି ପିିନ୍ଧି ରୁଣଝୁଣ କଲେ କଣ ତୁମେ ବୁୁୁଝିବ

ସେ ତୁମ କୋମଳ ସ୍ପର୍ଶ ରେ ମୁକ୍ତ ହେବ ବୋଲି।


ଆଖିକୁ ମୋ କଜ୍ବଳିିିତ କଲେ କଣ ତୁମେ ବୁୁୁଝିିିବ

ତୁମ ଇସାରା କୁ ଅପେକ୍ଷା କରେ ବୋଲି।

ଝୁମୁକା ମୋ କାନେ ଦେଖି କଣ ତୁମେ ବୁଝିବ

ଦୋଳାଇତ ହୁଏ ତୁମରିି ପାଇଁ ବୋଲି।


ତୁମେ ମୋ ସ୍ପନ୍ଦନକୁ ବୁଝ ଏ କଥା ମୁଁ ବୁଝିଛି

ସେଥିପାଇଁ ହୃଦୟ ମୋ ତୁମେ ଆଉ ମୁଁ କୁ ନେଇଛି

ଏହି ଚିରହରିତପ୍ରେମ କୁ ଆମେ ବୋଲି ସାଉଁଟିଛି

ଆମ ପ୍ରେମର ସୌଧ ହୃଦୟେ ମୋ ଗଢ଼ିଛି।


ହୃଦୟ ମୋ ସାଇତିଛି ତୁମକୁ 

ତୁମେ ମୋର ସ୍ପିନ୍ଦନ ବୋଲି

ତୁମେ କେମିତି ବୁୁଝିବ ମତେ

ତୁମେ ଯେଏକା ମୋ ସାଥି ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance