STORYMIRROR

Manorama Sahoo

Romance Tragedy Others

3  

Manorama Sahoo

Romance Tragedy Others

ସହୀଦ ଯବାନ ର ଅଭିମାନୀ ପ୍ରିୟା

ସହୀଦ ଯବାନ ର ଅଭିମାନୀ ପ୍ରିୟା

1 min
223


ଝର୍କା ସେପାଖେ କୃଷ୍ଣଚୂଡ଼ା ଫୁଲ ଦେଖି

ହଠାତ ତୁମ ନୀଳ ଆଖିଦୁଇଟି 

ମୋ ମନରେ କାବ୍ୟ ସଞ୍ଚାର କଲା

କ'ଣ ଲେଖିବି (ମୁଁ) ଦ୍ବନ୍ଦ୍ୱରେ!!


ତୁମେ ଏପରି ଅସାଧାରଣ

ନା କଥାରେ ତୁମକୁ କହିହେବ

ନା କବିତାରେ ତୁମକୁ ସମ୍ପୂର୍ଣ୍ଣ କରିହେବ

ମୋ ପାଇଁ ତୁମେ ଏକ ମରୀଚିକା


ଜାଣିଛି ତୁମକୁ ମୁଁ ପାଇବିନି କେବେ

ତଥାପି ମୁଁ ଖୋଜେ ସେଇ ମରୀଚିକା ପରି

 ତୁମକୁ ସ୍ପର୍ଶ ର ଅନୁଭବ ମିଳିବନି ମତେ

ନା ପୁଣି ମତେ ମିଳିବ ସେଇ ମଧୁରତାତୁମର ହେବାର।


ତଥାପି (ମୁଁ) ତୁମକୁ ଭଲପାଏ

ମୁଁ ମୋ ପରି ଭଲପାଏ ତୁମକୁ ହୃଦୟରୁ।


ମୋ ହୃଦୟ କଣମାଛିରେ ମୁଁ 

ଲୁଚାଇ ରଖିଛି ତୁମ ଅଭୁଲା ସ୍ମୃତିକୁ

କେବେ ଯଦି ଝୁଣ୍ଟି ପଡି ବାଟବଣା ହୋଇଯାଅ, 

ମୋ ପାଖକୁ ଫେରିଆସ ମତେ ଖୋଜ 

ଦେଖିବ ସେ ଭଲପାଇବାର ଭଗ୍ନସ୍ତୂପ!!


କିପରି ତୁମ ପ୍ରେମକାରୀଗରେ

ଚମକିବାକୁ 

ତନ୍ନ ତନ୍ନ ଛଟପଟ ହେଉଛି

ପୁଣି ତୁମେ ଫେରିବାର ସ୍ୱପ୍ନରେ

ହୃଦୟର ଅଲେଖା କାଗଜରେ ତୁମକଥା ଲେଖିଛି

ଯାହା (ତୁମ)ନିସଙ୍ଗପଣ! ଲିଭେଇବାକୁ ଶତଚେଷ୍ଟିତ

କିନ୍ତୁ ତାହା ଜଳୁଛି ହେଲେ ନିଷ୍ପନ୍ନ ହୋଇନାହିଁ !


ତୁମେ ଚକିତ ହେବ ନାହିଁ ଏମିତି ଦେଖି 

ଏ ଜ୍ବଳନ କେବଳ ତୁମ ବିଚ୍ଛେଦନିଆଁ ରେ


ଜାଣିଛି ତୁମେ ବାଟବଣା ହୋଇଗଲେ

ମୋ ପ୍ରେମକୋଣାର୍କ ରେ ସୂର୍ଯ୍ୟୋଦୟ ଦେଖିବାକୁ

ପାହାନ୍ତି ଆଶା ନେଇ ଫେରିବ

ସେତେବେଳେ ତୁମକୁ ଆପଣାର କରିବାର

ଦୋ-ଦୋ ଚିହ୍ନା ଫାଶରେ ଦ୍ବନ୍ଦ୍ୱରେ ମୁଁ 

ପଡ଼ିବିନି।


ମୋ ପ୍ରେମ ମନ୍ଦିର ରେ ଦେବତା ହିଁ ତୁମେ 

ଆପଣାର କରିନେବି ତୁମକୁ ,ଭାବିନେବି

କେଉଁ ଝଡ଼ କ୍ଷଣେ ରୋକିଥିଲା ତୁମକୁ

ମୋ ସହ ଭେଟ ନହୋଇ ଲୁଚିଯିବାକୁ

ଦିବାସ୍ବପ୍ନ(!) ଭାବି ଭୁଲିଯିବି ସବୁକୁ।


ତୁମେ ଫେରିବ ଆମ ଗାଆଁ ଶେଷ ବରଗଛ ମୂଳକୁ

ଲେଖାଥିଲା ଯୋଉଠି (ଆମ) ନାଁ

ତୁମେ ଫେରିବ ବସନ୍ତର ବଉଳ ସାଜି

ବାସ୍ନା ଭରି ଆମ ବାରି ଆମ୍ବ ଗଛକୁ

ତୁମେ ଫେରିବ ଫଗୁଣ ର ରଙ୍ଗ ନେଇ

ଦୋଳ ଜାତେ ଫଗୁ ଉଡେଇ ମତେ ରଙ୍ଗେଇ।


ତୁମେ ଯାଇଛ ନିଦାଘ ସଜେଇ

ଫେରିବ ମୌସୁମୀ ର ଶୀତଳତା ନେଇ

ତୁମ ଭଲପାଇବାର ଶେଷ ଶ୍ରାବଣ 

ଆଜିବି ମୋ ହୃଦପୃଥ୍ଵୀ ରେ ବହେ 

ଅମୃତର ବାରି ହୋଇ।


ତୁମେ ଫେରିବ ଆମ ସାଇତା ସ୍ମୃତି ହୋଇ!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance