Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Sahoo

Classics

4.5  

Manorama Sahoo

Classics

ଭାବନା ମୋ କବିତାରେ

ଭାବନା ମୋ କବିତାରେ

1 min
414


କେତେବେଳେ କେତେ ଭାବନା ଦେଇ ଆସୁଥିଲେ ସେ

ଅପଲକ ଦୃଷ୍ଟିରେ ତାଙ୍କ ଭାବନାରେ ମୁଁ

ମୋ କାନକୁ ଶୁଭେ ତାଙ୍କ ମୋହିତ ସ୍ୱର

ନିଜକୁ ମୁଁ ପ୍ରଶ୍ନ କରେ 

କଣ ସତରେ ସେ ଆସିଛନ୍ତିକି ।


ମୁଁ ଶୁଣୁଥିବା ସ୍ୱର ସତ ନା ଭ୍ରମ

ଏସବୁ ସମସ୍ତଙ୍କ ପାଇଁ ଭ୍ରମ

କିନ୍ତୁ, ମୋ ପାଇଁ ଇଏ ପ୍ରେମ ।


ତୁମେ କଥା ଦେଇଥିଲ ଆସିବ ପୂର୍ଣ୍ଣିମା ଆଲୁଅରେ

ବିଗତ କେତେ ପୂର୍ଣ୍ଣିମା ର ଅନ୍ତ ହେଲାଣି

ତୁମେ କାହିଁକି ଆସୁନ

ତୁମେ କଣ ଜାଣିନ

ମୁଁ ତୁମ ପ୍ରେମ ପାଗଳିନୀ

ତୁମ ସ୍ନେହ କାଙ୍ଗାଳିନୀ

ଆଉ କେତେ ଯେ ପ୍ରମାଣ ଦେବାକୁ ପଡିବ ଏସବୁର ।


ପ୍ରେମରେ ପ୍ରମାଣ ନଥାଏ

ଥାଏ କେବଳ ବିଶ୍ୱାସ

ସେହି ବିଶ୍ୱାସ ର ଅନ୍ତ ଘଟିନି

ଅନ୍ତ ଘଟିନି ତୁମକୁ ଅନୁଭବର

ତୁମ ଅପେକ୍ଷାରେ ମୋ ବିଶ୍ୱାସ ।


ତୁମେ ନିଶ୍ଚୟ ଆସିବ ନେଇଯିବ ମୋ ହାତଧରି ତୁମପାଖକୁ

ତୁମ ମଧୁର ମୁରଲୀ ଧ୍ୱନି

ଏଇ ମତେ ଶୁଣାଗଲାଣି

ସତେକି ତୁମେ ଆସିଲ ପୂର୍ଣ୍ଣମୀ ଚାନ୍ଦ ଉଇଁଲାଣି।


Rate this content
Log in

Similar oriya poem from Classics