STORYMIRROR

Manorama Sahoo

Classics

4  

Manorama Sahoo

Classics

ଭାବନା ମୋ କବିତାରେ

ଭାବନା ମୋ କବିତାରେ

1 min
428

କେତେବେଳେ କେତେ ଭାବନା ଦେଇ ଆସୁଥିଲେ ସେ

ଅପଲକ ଦୃଷ୍ଟିରେ ତାଙ୍କ ଭାବନାରେ ମୁଁ

ମୋ କାନକୁ ଶୁଭେ ତାଙ୍କ ମୋହିତ ସ୍ୱର

ନିଜକୁ ମୁଁ ପ୍ରଶ୍ନ କରେ 

କଣ ସତରେ ସେ ଆସିଛନ୍ତିକି ।


ମୁଁ ଶୁଣୁଥିବା ସ୍ୱର ସତ ନା ଭ୍ରମ

ଏସବୁ ସମସ୍ତଙ୍କ ପାଇଁ ଭ୍ରମ

କିନ୍ତୁ, ମୋ ପାଇଁ ଇଏ ପ୍ରେମ ।


ତୁମେ କଥା ଦେଇଥିଲ ଆସିବ ପୂର୍ଣ୍ଣିମା ଆଲୁଅରେ

ବିଗତ କେତେ ପୂର୍ଣ୍ଣିମା ର ଅନ୍ତ ହେଲାଣି

ତୁମେ କାହିଁକି ଆସୁନ

ତୁମେ କଣ ଜାଣିନ

ମୁଁ ତୁମ ପ୍ରେମ ପାଗଳିନୀ

ତୁମ ସ୍ନେହ କାଙ୍ଗାଳିନୀ

ଆଉ କେତେ ଯେ ପ୍ରମାଣ ଦେବାକୁ ପଡିବ ଏସବୁର ।


ପ୍ରେମରେ ପ୍ରମାଣ ନଥାଏ

ଥାଏ କେବଳ ବିଶ୍ୱାସ

ସେହି ବିଶ୍ୱାସ ର ଅନ୍ତ ଘଟିନି

ଅନ୍ତ ଘଟିନି ତୁମକୁ ଅନୁଭବର

ତୁମ ଅପେକ୍ଷାରେ ମୋ ବିଶ୍ୱାସ ।


ତୁମେ ନିଶ୍ଚୟ ଆସିବ ନେଇଯିବ ମୋ ହାତଧରି ତୁମପାଖକୁ

ତୁମ ମଧୁର ମୁରଲୀ ଧ୍ୱନି

ଏଇ ମତେ ଶୁଣାଗଲାଣି

ସତେକି ତୁମେ ଆସିଲ ପୂର୍ଣ୍ଣମୀ ଚାନ୍ଦ ଉଇଁଲାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics