STORYMIRROR

Kali Kumar

Abstract Romance

4  

Kali Kumar

Abstract Romance

ସମ୍ପର୍କ

ସମ୍ପର୍କ

1 min
187

ଏଣୁତେଣୁ ଏମିତି ଚିନ୍ତା କରୁ କରୁ

ହଠାତ୍ ଖୋଜି ବସେ, ମନ ଅଭିଧାନୁ

କିଛି ଶବ୍ଦ, ସନ୍ଧାନ କରେ କିଛି ଅର୍ଥ

ସେ ଅନିୟମିତ ଅକୁହା

ଆନ୍ଦୋଳନ ଓ ଆଲୋଡ଼ନକୁ

ସଜେଇବା ପାଇଁ;


ଜାଣିଛି,

ସେ ଶବ୍ଦସବୁ ଏକ ନିରାଟ ବାହାନା, ଆଉ

ଅର୍ଥସବୁ ନିରର୍ଥକ ଅସ୍ପଷ୍ଟ ଗୋଧୂଳିର ଧୂମିଳ ସମ୍ଭାବନା ।।


ତଥାପି, ଦେଖୁ ଦେଖୁ

ଦୂର ଦିଗ୍ ବଳୟର ଅନ୍ତିମ ପ୍ରାନ୍ତେ

ଆକାଶଟା ନଇଁ ଆସେ, ମାଟିକୁ

ଛୁଇଁବା ପାଇଁ,

ଦୁର୍ଗମ ଅଭେଦ୍ୟ ଦୂରାନ୍ତରୁ ଅଗନା ଅଗଣି ବନସ୍ତରୁ

ନିର୍ଝରିଣୀଟେ ଡେଇଁ ଆସେ, ସଗାରରେ

ମିଶିବା ପାଇଁ,

କାହିଁ କେତେ ଦୂର ଦୂରାନ୍ତୁ,

ପ୍ରଜାପତିଟି ଉଡ଼ି ଆସେ, ଫୁଲକୁ

ଚୁମିବା ପାଇଁ,


କେମିତି ତୁମେ ନିର୍ଦ୍ବନ୍ଦେ କହିପାର

ତୁମ ମୋ ଭିତରେ କିଛି ସମ୍ପର୍କ ନାହିଁ ?


କାର୍ଯ୍ୟ କାରଣ ନ ଥାଇ ବି

କିଛି ସମ୍ପର୍କ ଗଢ଼ି ଉଠେ,ଏମିତି

ଅସ୍ପଷ୍ଟ-ଅନିର୍ଦ୍ଦିଷ୍ଟ କେତେବେଳେ ଅଚିହ୍ନା

ପୁଣି ଅଜଣା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract