STORYMIRROR

Ramachandra Bhutia

Romance Inspirational

4  

Ramachandra Bhutia

Romance Inspirational

ଅଭିସାରିକାର ବେଦନା

ଅଭିସାରିକାର ବେଦନା

1 min
167

ନୁହଁ ମୁଁ ଗୋପୀକା ନୁହେଁ ରାଧାରାଣୀ

ତଥାପି ପ୍ରେମେ ବାୟାଣୀ

ନାମ ଅନ୍ତର୍ଯ୍ୟାମୀ ଅନ୍ତର ବେଦନା

ପାରୁ ନ କି ତୁମ୍ଭେ ଜାଣି


ଅଭିସାରିକା ମୁଁ ସାଜେ ତୁମ୍ଭ ପାଇଁ

ନିଶି ହେଲେ ହୁଏ ବେଶ

ଅନ୍ଧୁଣୀ ହେଲିଣି ପଥ ଚାହିଁ ଚାହିଁ

କେବେ ପୁରିବ ମୋ ଆଶ


ପାଷାଣୀ ଅହଲ୍ୟା ଉଦ୍ଧାରିଛ ସିନା

ପାଷାଣ ହୃଦୟ କର

ଦୋଷ କି କରିଛି ଚିତ୍ତ ମୋ ସମର୍ପି

ବିରହ ଜ୍ୱାଳାରେ ମୋର


ଷୋଳ ସସ୍ର ଗୋପୀ ରମିଛ ଗୋସେଇଁ

କୁବୁଜା କୁଜ ଉଦ୍ଧାରି

ଏଡ଼େ ପାତକି ମୁଁ ମିଳିଲାନି ବାରେ

କରୁଣା କଟାକ୍ଷ ବାରି


ଭାବଗ୍ରାହୀ ତୁମ୍ଭେ ବିଡୁଛ କି ଭାବ

କରୁଛ ପ୍ରେମ ପରୀକ୍ଷା

ତୁମ୍ଭ ନାମ ଧରି ଜୀବ ଯିବା ଯାଏ

କରିଥିବି ମୁଁ ପ୍ରତୀକ୍ଷା


କରିବିନି ଦୁଃଖ ତଥାପି ହେ ନାଥ

ଯଦି ଦେବ ନାହିଁ ଦେଖା

ଏ ଘଟ ଛାଡିଲେ ତୁମ୍ଭ ପଦ୍ମପାଦେ

ବାରେ ସ୍ଥାନ ଦେବ ପ୍ରାଣସଖା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance