STORYMIRROR

ଅର୍ପିତା ଦାସ

Romance

4  

ଅର୍ପିତା ଦାସ

Romance

ଉଜ୍ଜଳ ନକ୍ଷତ୍ର

ଉଜ୍ଜଳ ନକ୍ଷତ୍ର

1 min
198

ଉଜ୍ଜଳ ନକ୍ଷତ୍ର


      

ମୁଁ ତ ହଜେଇ ଚାଲିଥିଲି ନିଜକୁ ନୀଳସମୁଦ୍ରର ଢେଉଭିତରେ

ଭିଜେଇ ଥିଲି ଶୀତୁଆ କାକର ଟୋପାରେ 

ବୁଲୋଉଥିଲି ଭସାଭସା ବାଦଲ ଖଣ୍ଡରେ

ଚେତନାକୁ ଫେରୁଥିଲି ଜହ୍ନର ଛାଇଛାଇକା ଆଲୋକରେ

ଉଡିବୁଲୁଥିଲି କଙ୍କିପାରା ପରି ପର ଛାଟିପିଟି 

 ମନେମନେ ଗୁଣୁଗୁଣ ହୋଉଥିଲି ମହୁମାଛି ପରି

ଅଭିମାନ କରୁଥିଲି ଖଦ୍ୟତଟି ପରି

ଆତ୍ମିୟତାରେ କୋଳେଇ ନେବାକୁ ଚାହୁଁଥିଲି କାଳବୌଶାଖୀର ଉଷ୍ମ ସ୍ପର୍ଶପରି

ସବୁକିଛି ସଜାଡୁସଜାଡୁ ଭାଙ୍ଗିଗଲା ସଂସାରଟା

ତାସପଟିର ଘରପରି

ନିଜକୁ ସଂଜତ କରୁକରୁ ଅନୁଭବ କରେତ

କବାଟ ସେପଟୁ

ମୃତ୍ଯୁ ଡାକିଲାଣି ଠକ୍ ଠକ କରି

ମୁଁ କଣ ଭାବିଥିଲି ଅନ୍ଧାର ରାଜ୍ୟଟା ମୋ ଏତେ ନିକଟତର ବୋଲି

ମୁଁ ଜାଣିନଥିଲି ମୁଁ ବି ଦିନେ ହଜିଯିବି ଶୁନ୍ୟମହାଆକାଶରେ ଅନ୍ତରିକ୍ଷ ଯନ୍ତ୍ରପରି

ମୁଁ ବି ହସିବି ଆକାଶରୁ ଥାଇ 

ଯେବେ କହୁଥିବେ ସିଏ ମନକୁ ବୁଝେଇ 

ସେଇଠି ମୋ ପ୍ରିୟା ପଶ୍ଚିମ ଆକାଶେ ମୁରୁକି ହସୁଛି ଉଜ୍ଜଳ ତାରାଟି ହୋଇ

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance