STORYMIRROR

ଅର୍ପିତା ଦାସ

Romance

2  

ଅର୍ପିତା ଦାସ

Romance

ଆହାତ

ଆହାତ

1 min
150

ପ୍ରେମ ଏକ ଆହାତ ମନର....


ପୁଣି ଗୋଟେ ନିରୋଳା ସନ୍ଧ୍ଯାରେ 

ତମ ବିନା ମୁଁ ଜହ୍ନ ସାଥେ ଏକା ଏକା

ନିଆରା ସେ ସ୍ମୃତି ନିଆରା ବି ସେ ଅନୁଭୁତି 

ମୁଁ କହୁଥାଏ ଅବାଧ୍ୟ ପ୍ରଜାପତିଟି ପରି 

ଆଉ ତମେ ଶୁଣୁଥାଅ ସତେଜ ଲାଲ ରଙ୍ଗର ଗୋଲାପଟି ପରି।


ସଜ ସଜ ମୁହଁର ସେ ମୁରୁକି ହସ

ଭାଙ୍ଗିଦିଏ ମୋ ମନର ନିରବତା ସବୁକୁ

ଇଚ୍ଛା ଅସୁମାରି ପୁଣି କୋଳେଇ ନିଅନ୍ତକି

ଦୁଇ ବାହା ମେଲି ।

ଆଉଜି ନିଅନ୍ତ ହୃଦୟ କୋଣରେ 

ଉତପ୍ତ ନିଶ୍ବାସ ଯଆନ୍ତା ମର୍ମଭେଦି

ପୁଣି ଭିଜାନ୍ତକି ଶ୍ରବଣୀ ରଙ୍ଗରେ

ରଙ୍ଗେଇ ଯଆନ୍ତି ଦେହରୁ ହୃଦୟ ଯାକେ।

ଇର୍ଶାର ଜ୍ୱଳାରେ ପୁଣି

ଦେହରେ ଗରମ ବର୍ଷାର ଟୋପା

କାଳେ କରିନେବ କିଏ ଚୋରି।


ଧେତ୍ ,

 

ହେଇ ଶୁଣମ!

 ପ୍ରେମରେ ପଡିଲି ହୃହୟଟା ଦେଲି

 ଅପେକ୍ଷା ଟା ପୁଣି ଏଡେ କଷ୍ଟ ବୋଲି 

କ'ଣ ସତରେ ମୁଁ ଜାଣିଥିଲି ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance