ବୟସର ଅପରାହ୍ନ..
ବୟସର ଅପରାହ୍ନ..
1 min
287
ଜୀବନ ମୋର ଭଙ୍ଗାକାଚର ଲଣ୍ଠନ୍ ପରି
ଅଲୋଡା ଅସଜଡା
ଦୁଃଖକୁ ସାଥିକରି ଜୀବନଟା ଚାଲିଛି
ନା କାହା ପାଇଁ ମୁଁ ସାଇତା।
ବୟସର ଅପରାହ୍ନରେ ଦେଖେଜେବେ
ନିଜକୁ ,କେଉଁଠି ପାଏନା ଖୋଜି
କାରଣ ମୁଁ ବି ଅଲୋଡା
ବେଳେ ବେଳେ ସମୟର ମୃଦୁ ଖଞଣୀ ନାଦ
ପ୍ରହାର କରେ ମୋ ମନ ଆଉ ଆତ୍ମାକୁ
ଭାଙ୍ଗିଦେଇ ଯାଏ ପୁଣି ସବୁ ନିରବତାକୁ
ଆନ୍ଦୋଳନ ପୁଣି ବୟସ ଆଉ ସମ୍ପର୍କର
ଯାଣିନଥିଲି ସମ୍ପର୍କର ବି ଶେଷଥାଏ ବୋଲି
ଭାଙ୍ଗିଗଲି ସତରେ ପୁରୁଣା ଲଣ୍ଠନର କାଚ ପରି.....
