STORYMIRROR

ଅର୍ପିତା ଦାସ

Others

3  

ଅର୍ପିତା ଦାସ

Others

ମୁଠାଏ ଭୋକ

ମୁଠାଏ ଭୋକ

1 min
214


କେତେ ଛାତ୍ର ଜୀବନ ମାଟିରେ ମିଶିଛି

କେତେ କୁଆଁରୀ ସ୍ୱପ୍ନ ସବୁ ନିଆଁରେ ଜଳିଛି

କାରଣ ଏଇ ଭୋକ

କେତେ ବାପ ମୂଲ ଲାଗିଛନ୍ତି

କେତେ ମାଆ ପର ଦୁଆରେ ଅଇଁଠା ବାସନ ଧୋଇଛନ୍ତି

କାରଣ ଏଇ ଭୋକ

କିଏ ପାଠପଢା ଅଧାରୁ ଛାଡିଛି ତ

କିଏ ଭୋକ ପାଇଁ ଦାଦନ ଖଟୁଛି

କିଏ ଭୋକ ପାଇଁ କାହା ଜୀବନ ନେଇଛି 

କିଏ ଭୋକ ପାଇଁ ପରିବାର ଭୁଲିଛି

 ଭୋକ ପାଇଁ କାହା ସଂସାର ଭାଙ୍ଗିଛି

ଭୋକ ପାଇଁ ମାଆ ପିଲାକୁ ବିକିଛି

ଭୋକ ପାଇଁ ଝିଅ ଶରୀର ବିକିଛି

ଭୋକ ପାଇଁ ଭାଇ ଭାଇର ପାଚେରୀ ଉଠିଛି

ସ୍ୱାଭିମାନ ପାଇଁ ଟିକେ କେତେ ଜୀବନ 

 ଭୋକରେ ସମାଧି ହେଇଛି 

କାରଣ ଏଇ ଭୋକ...... 




Rate this content
Log in