STORYMIRROR

ଅର୍ପିତା ଦାସ

Others

3  

ଅର୍ପିତା ଦାସ

Others

ମୁଁ ନାରୀ

ମୁଁ ନାରୀ

1 min
193


ମୁଁ ନାରୀ ପ୍ରତି ମୁହୂର୍ତ୍ତରେ ଜଳୁଛି

ଅନ୍ୟର ଆଦେଶ ଆଉ ଉପଦେଶରେ

କାନ୍ଧେଇ ଚାଲିଛି ସଂସାର ବୋଝକୁ

ହାତରେ ବି ଶିକୁଳି ବନ୍ଧା

ଶୂନ୍ୟ ଆକାଶ ଶୁଖିଲା ମାଟିକୁ ଚାହିଁ 

ଏମିତି କେତେ ଯୁଗ ବିତି ଗଲାଣି

ମିଥ୍ୟା ଆଭିଜାତ୍ୟକୁ ଜାବୁଡି ଧରିଛି

ପାଏ ପଛେ ଜେତେ ଅପବାଦ

ଅହଲ୍ୟା ପରି ମୁଁ ବି ଚାହିଁଛି କରିବକି କେ ଉଦ୍ଧାର

ଅପବାଦ ସବୁ କେ ପାସୋରି ନେବକି

ସ୍ନେହ ଟିକିଏ ଅଜାଡି

ନ୍ୟାୟ ନିକିତିରେ ଝୁଲି ଝୁଲି ମୁଁ

ପାଲଟି ଗଲିଣି ଅଗାଡି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍