ପ୍ରେମିକାର ଅଭିମାନ
ପ୍ରେମିକାର ଅଭିମାନ
କେତେଦିନ ହେଲା ଗାଁକୁ ଯାଇନି
କରିଛି ସେ ଅଭିମାନ
ତା ମାଟି ମଟାଳ ବରଷା ପବନ
ଦଉଛି ଦେହେ ମନେ ଦହନ
ଫୁଲେଇ ନଈଟା ଜୁଆରିଆ ହୋଇ
ବହେ ହୋଇ କମ୍ପମାନ
ଦୂର ତାଳବଣେ କୋଇଲି ଗାଉନି
ବସନ୍ତର ଆଗମନ ।
ଆକାଶ ଉଆସୁ ଆସୁନି ବରଷା
ମେଘ ସଵାରୀରେ ବସି
ତାରା ଫୁଲ ଫୁଟି ଉଲକା ଖସୁନି
ଜହ୍ନ ବି ଯାଇଛି ଋଷି
ଯେତେ ବୁଝାଇଲି ବୈଜ୍ଞାନିକ ନୁହେଁ
ସାହିତ୍ୟିକ ରୂପେ ପରିଚୟ
କଥା ହେଲାନାହିଁ ଜହ୍ନ କହିଲା ତୋ ସାଥେ
କଥା ହେଲେ ସମୟର ଅପଚୟ ।
ଦେଵାଳୟେ ଦୀପ ଲିଭିଗଲା ଯେବେ
ହେଲା ଭାରି ମାନସ୍ତାପ
ଏତେ ଦିନ ହେଲା ଦର୍ଶନ କରିନି ପ୍ରଭୁଙ୍କୁ
କଲି କେତେ ଅନୁତାପ
ଫୁଲ ଖସିଲାନି ଠାକୁରଙ୍କ ମଥାରୁ
ତୁଚ୍ଛ ସବୁ ଜପ ତପ
କି ସାହିତ୍ୟ ଆଉ ଲେଖି ପାରିବି
କବିତା ଉପନ୍ୟାସ ଅବା ଗପ
ଗ୍ରହ ରିଷ୍ଟ ଶାନ୍ତ କରିବାକୁ ଶିବଙ୍କୁ
ଚଢ଼ାଏ ଯା ବେଲପତ୍ର ।
ନଈ ଟା ମନୋଇ ଆକାଶ ଖତେଇ
ଦେଵାଳୟେ ନାହିଁ ଶାନ୍ତି
ପାହାଡ଼ ଦୂରରୁ ହାତଠାରି ଡାକେ
ପାଖରେ ନାହିଁ ପ୍ରୀତି ଅବା ମୈତ୍ରୀ
ବିଲ ବଣ ଜମି ଫାଟି କରି ଆଁ
କିଛି ବୁଦ୍ଧି ଦିଶେ ନାହିଁ
ପ୍ରେମରେ ଧୋକା ଦେଉଛି ପ୍ରକୃତି
ଆନ୍ତରିକତା ନାହିଁ କହି
କେବେଠୁ ଆସିନି ଗାଁକୁ ଏବେତ ଦେଉଛି କଥା
ସବୁ ଉପାଦାନ ପ୍ରକୃତି ଭିତରେ
ଛାଡ଼ି ଯିବିନାହିଁ ଭାବ ପ୍ରୀତି ନେଇ
ରହିବି ସାଥିରେ ଏକା
ମନୁ ତେଜ ମାନ ପ୍ରକୃତି ବିଭବ ବୈଭବ
ଋଷିଲେ ମଣିଷ ନପାଏ ବାଟ
ପ୍ରକୃତିକୁ ଯଦି କରିବ ପ୍ରତାରଣା
ନିଶ୍ଚୟ ମାରିବ ଚ୍ଛାଟ ।।