STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ପ୍ରେମିକାର ଅଭିମାନ

ପ୍ରେମିକାର ଅଭିମାନ

1 min
334


କେତେଦିନ ହେଲା ଗାଁକୁ ଯାଇନି

କରିଛି ସେ ଅଭିମାନ

ତା ମାଟି ମଟାଳ ବରଷା ପବନ

ଦଉଛି ଦେହେ ମନେ ଦହନ

ଫୁଲେଇ ନଈଟା ଜୁଆରିଆ ହୋଇ

ବହେ ହୋଇ କମ୍ପମାନ

ଦୂର ତାଳବଣେ କୋଇଲି ଗାଉନି

ବସନ୍ତର ଆଗମନ ।


ଆକାଶ ଉଆସୁ ଆସୁନି ବରଷା

ମେଘ ସଵାରୀରେ ବସି

ତାରା ଫୁଲ ଫୁଟି ଉଲକା ଖସୁନି

ଜହ୍ନ ବି ଯାଇଛି ଋଷି

ଯେତେ ବୁଝାଇଲି ବୈଜ୍ଞାନିକ ନୁହେଁ

ସାହିତ୍ୟିକ ରୂପେ ପରିଚୟ

କଥା ହେଲାନାହିଁ ଜହ୍ନ କହିଲା ତୋ ସାଥେ

କଥା ହେଲେ ସମୟର ଅପଚୟ ।


ଦେଵାଳୟେ ଦୀପ ଲିଭିଗଲା ଯେବେ

ହେଲା ଭାରି ମାନସ୍ତାପ

ଏତେ ଦିନ ହେଲା ଦର୍ଶନ କରିନି ପ୍ରଭୁଙ୍କୁ

କଲି କେତେ ଅନୁତାପ

ଫୁଲ ଖସିଲାନି ଠାକୁରଙ୍କ ମଥାରୁ

ତୁଚ୍ଛ ସବୁ ଜପ ତପ

କି ସାହିତ୍ୟ ଆଉ ଲେଖି ପାରିବି 

କବିତା ଉପନ୍ୟାସ ଅବା ଗପ

ଗ୍ରହ ରିଷ୍ଟ ଶାନ୍ତ କରିବାକୁ ଶିବଙ୍କୁ

ଚଢ଼ାଏ ଯା ବେଲପତ୍ର ।


ନଈ ଟା ମନୋଇ ଆକାଶ ଖତେଇ

ଦେଵାଳୟେ ନାହିଁ ଶାନ୍ତି

ପାହାଡ଼ ଦୂରରୁ ହାତଠାରି ଡାକେ

ପାଖରେ ନାହିଁ ପ୍ରୀତି ଅବା ମୈତ୍ରୀ

ବିଲ ବଣ ଜମି ଫାଟି କରି ଆଁ

କିଛି ବୁଦ୍ଧି ଦିଶେ ନାହିଁ

ପ୍ରେମରେ ଧୋକା ଦେଉଛି ପ୍ରକୃତି

ଆନ୍ତରିକତା ନାହିଁ କହି

କେବେଠୁ ଆସିନି ଗାଁକୁ ଏବେତ ଦେଉଛି କଥା

ସବୁ ଉପାଦାନ ପ୍ରକୃତି ଭିତରେ

ଛାଡ଼ି ଯିବିନାହିଁ ଭାବ ପ୍ରୀତି ନେଇ

ରହିବି ସାଥିରେ ଏକା

ମନୁ ତେଜ ମାନ ପ୍ରକୃତି ବିଭବ ବୈଭବ

ଋଷିଲେ ମଣିଷ ନପାଏ ବାଟ

ପ୍ରକୃତିକୁ ଯଦି କରିବ ପ୍ରତାରଣା

ନିଶ୍ଚୟ ମାରିବ ଚ୍ଛାଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract