କଳ୍ପନା
କଳ୍ପନା
କବିର କଳ୍ପନା
ହୃଦର ଭାବନା
ଭାବ ସହ ଭାବ
ମିଶାଇବାର ପ୍ରୟାସରେ l
ଲେଖନୀର ଚଞ୍ଚଳତା
ସୃଷ୍ଟି କରେ ନୂତନ ସମ୍ଭାର
ଚାଷୀଟିଏ କଳ୍ପନାରେ
ଆଗାମୀ କାଲିର ଭବିଷ୍ୟତକୁ l
ଦେଖି ପାରୁଥିବା ସ୍ୱପ୍ନ ସହ
ପ୍ରୟାସରେ ମଗ୍ନ
କରିବାକୁ ସଫଳ ସାକାର
ଚାକିରିଆର ଦିନଚର୍ଯ୍ୟାରେ l
ପରିବାରର ଶାନ୍ତି ଓ ସମୃଦ୍ଧି
କଳ୍ପନାର ବ୍ୟତିବ୍ୟସ୍ତତାରେ
ଖୋଜୁ ଖୋଜୁ ସରିଯାଏ ବଳ
ଦେଖୁଁ ଦେଖୁଁ ଆସିଯାଏ l
ତାର ଅବସର
ଦିନ ମଜୁରିଆର କଳ୍ପନା
ଅବାସ୍ତବ, ଅସମ୍ଭବ ସିନା
ନିରିମଳ ହୃଦ ସତ୍ତା ମଧ୍ୟେ l
ସକାଳରୁ ସଞ୍ଜ ଯାଏ
କର୍ମ କରିବାକୁ କୁଣ୍ଠା କରେ
ନାହିଁ କାରଣ
ସମ୍ମୁଖରେ ନାଚୁଥାଏ ସଦା
ତା' ଛୋଟ ସଂସାର
ତା' ଛୋଟ ସଂସାର ।