Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

କ୍ଷୀରସାଗର କନ୍ୟକା

କ୍ଷୀରସାଗର କନ୍ୟକା

1 min
153


      

ଜୟ ଜଗଦମ୍ବେ କ୍ଷୀରସାଗର କନ୍ୟକା l

ଜଗତ ସର୍ବ ପ୍ରାଣୀଙ୍କ ତୁ ଆଶ୍ରୟ ଏକା ll

ଲୋକଜନନୀ ପଦ୍ମିନୀ ତୁହି ଜଗଦ୍ଧାତ୍ରୀ l

ଛପନ କୋଟି ଜୀବଙ୍କ ତୁହି ପଡ଼ିଦାତ୍ରୀ ll

ପଦ୍ମବନେ ବାସ ମାଆ ମଙ୍ଗଳ ଆଳୟା l

ପଦ୍ମାଳୟା,ପଦ୍ମା ମାତ ତୁହି ହରିପ୍ରୀୟା ll

ଶ୍ୱେତପଦ୍ମ ପ୍ରୀୟା ମାତ ଜୟ କମଳିନୀ l

ମହାଲକ୍ଷ୍ମୀ ନମସ୍ତୁତେ ଜଗତ ପାଳିନୀ ll

ତୋ ପଦ ପଙ୍କଜ ମାତ ପରମ ଆଶ୍ରୟ l

ଜୀଵଙ୍କ ଆଶ୍ରୟ ମାତ ଜୀଵ ବରାଭୟ ll

କମଳାସନୀ କମଳା କୋମଳ ନୟନୀ l

କରୁଣା କଟାକ୍ଷେ ରଖିଥାଉ ସର୍ବପ୍ରାଣୀ ll

ସନ୍ତାନବତ୍ସଳା ମାତ ଶ୍ରୀହରିଙ୍କ ପ୍ରୀୟା l

ଶ୍ରୀବିଷ୍ଣୁ ମନମୋହିନୀ ତୁହି ବିଷ୍ଣୁଜାୟା ll

ଇନ୍ଦୀବର ମୁଖୀ ନାମ ବହୁ ତୁ ଇନ୍ଦିରା l

ଜଗନ୍ମାତ ସିନ୍ଧୁ ସୂତା ମାତେ ବିଶ୍ଵମ୍ଭରା ll

ବିଶ୍ୱବନ୍ଦ୍ୟ ଠାକୁରାଣୀ ଶ୍ରୀପିଠେ ପୂଜିତା l

ସୁର, ନର,ଯକ୍ଷ,ରକ୍ଷ, ଗନ୍ଧର୍ବେ ବନ୍ଦିତା ll

ରତ୍ନାକର ପିତା ତୋର ରତ୍ନମୟୀ କାୟା l

କିଦେଇ ପୂଜିବି ପୁଣି ତୋତେ ମୁହିଁ ମାଆ ll

ଶୁଭ୍ର ପେଚକ ବାହନୀ ଶୁଭ୍ର ପଦ୍ମାସନୀ l

ନମସ୍ତେ ନମସ୍ତେ ନମସ୍ତୁତେ ନାରାୟଣୀ ll

ପ୍ରଭାତ ପ୍ରଣତି ଘେନା କର ମହାମାୟୀ l

ଧୂପ,ଦୀପ,ନଇବେଦ୍ୟେ ପୟର ବନ୍ଦଇ ll

              


Rate this content
Log in

Similar oriya poem from Inspirational