STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଶୀତ ରାଣୀ

ଶୀତ ରାଣୀ

1 min
1


ଶୀତ ରାଣୀ ଆସେ ଖୁସି ବୁଣି ଏ ମରତେ

କୁହୁଡି ଓଢ଼ଣି ଟାଣି ଥରାଏ ନିରତେ ।


କୁହଲା ପବନେ ଜାଡ ହାଡ ଭଙ୍ଗା କମ୍ପ

ସରଜେ ସବୁରି ଦେହେ ଶୀତ ସେ ଅମାପ ।


ଶୀତ ବାସ ସୁଖ ଲାଗେ ଏ ଶୀତ କାଳ ରେ

ନିଆଁ ପୁଁଇ ଶେକି ହୋନ୍ତି ସଞ୍ଜ ସକାଳ ରେ ।


ଶସ୍ୟ ସମ୍ପଦରେ ଭରି ଉଠେ ବସୁନ୍ଦରୀ

ନାନା ଦ୍ରବ୍ୟ ଚାଷୀ ମାନେ ଯେ ଅମଳ କରି ।


ପାଳନ୍ତି ଅନେକ ପର୍ବ ମଉଜ ରେ ମାତି

ଉତ୍ସବ ଉଲ୍ଲାସ ନାଶି ଦିଏ ଶୀତ ତାତି ।


विषय का मूल्यांकन करें
लॉग इन

Similar oriya poem from Romance