STORYMIRROR

Ranjit Sahu

Inspirational

3  

Ranjit Sahu

Inspirational

ପରିବାର

ପରିବାର

1 min
165


ଗୃହସ୍ଥ ଜୀବନ ସବୁଠାରୁ ଶ୍ରେଷ୍ଠ 

ଶାସ୍ତ୍ରେ ଲେଖା ଅଛି କେତେ ଆଗରୁ  

ଜ୍ଞାନୀ ଗୁଣି ଜନ ଗୃହର ମହତ୍ଵ  

ବୁଝାଇଛନ୍ତି ପ୍ରାଚୀନ ଯୁଗରୁ I 


ନରର ସାହାରା ତା'ର ଆତ୍ମଜନ 

ବିପଦ ଆପଦ ଆସିଲେ ମାଡି  

ତେଣୁ କରି ସିଏ ମର୍ତ୍ତ୍ୟ ଅଭିନୟେ 

ରକ୍ତ ସମ୍ପର୍କକୁ ପାରେନି ଛାଡ଼ି I 


ପରିବାର ଲାଗି ସବୁ ନାଟ ଏଠି 

ନାଟକ ମଞ୍ଚରେ ଏ ଜୀବନର 

ପରିବାର ନାମେ ଧରଇ ମାନବ  

ପଥ ପାପର ଅଥବା ପୂଣ୍ୟର I 


ଧନ ବଳ ନୁହେଁ ବୁଝାମଣା ଲୋଡ଼ା  

ଗଢିବାକୁ ହେଲେ ଘର ସଂସାର 

ଜଗତେ ସୁଖର ଦୁଃଖର କାରଣ 

ଅବଶେଷରେ ଅଟେ ପରିବାର I


ପରିବାର ସହ ଜୀବନ ବିତାଇ 

ନିଏ ବିଦାୟ ପରିବାର ଠାରୁ 

ମଣିଷ ଜନ୍ମର ଏହାହିଁ ସତ୍ୟତା 

ଯାହା ରହିଅଛି କେତେ ଯୁଗରୁ I 



Rate this content
Log in

Similar oriya poem from Inspirational