Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

4  

Satyanarayan Sahoo

Romance Classics Inspirational

ସୁଖ ଘେନି ଆସ ନୂଆ ବରଷ

ସୁଖ ଘେନି ଆସ ନୂଆ ବରଷ

1 min
340



ସୁଖ ଘେନି ଆସ ନୂଆ ବରଷ

ସବୁରି ମୁଖ ରେ ଭର ହରଷ ।

ସଭି ଙ୍କର ଦୁଃଖ ସନ୍ତlପ ନାଶ

ସୁଖ ଶାନ୍ତି ଆନନ୍ଦ ଓ ଉଲ୍ଲାସ ।

ସଦା ଭରି ଉଠୁ ଯନ୍ତ୍ରଣା ଧ୍ବଂସ

ସୁନ୍ଦରତା ଭରି ରଖ ସୁଯଶ ।

ସସ୍ନିଗ୍ଧ ସୁରଭି ଧାରା ବରଷ

ସୁଖ ଘେନି ଆସ ନୂଆ ବରଷ ।

ସନ୍ତୋଷ ତୃପ୍ତି ରେ ପରାଣ ତୋଷ

ସରାଗ ସେନେହେ ରାଗ ଓ ରୋଷ ।

ସଂହାର କର ହେ ନୂଆ ବରଷ

ସୁହlସ ମାଧୁରୀ ଧାରା ବରଷ ।

ସୁଧା ମୟୀ ଭାବ ଚାରୁ ସରସ

ସୌହାର୍ଦ୍ଦ୍ୟ ବନ୍ଧନେ ବୁଣି ହରଷ ।

ସାନ୍ତ୍ଵନା ରେ ଭରା ଆଶା ଆଶ୍ଵାସ 

ସପନ ଓ ସମ୍ଭାବନା ପ୍ରକାଶ ।

ସୁମିଷ୍ଟ ବଚନ ମଧୁର ରସ

ସଭିଏଁ ଭାଷନ୍ତୁ ନୂଆ ବରଷ ।

ସଂହାର ସକଳ ଦୈନ୍ୟ ଦୁର୍ଦ୍ଦଶା

ସଂସାର ରେ ହେଉ ତୁମ୍ଭ ପ୍ରଶଂସା ।

ସତ୍ୟ, ଶାନ୍ତି, ସ୍ନେହ, ତୃପ୍ତି, ସନ୍ତୋଷ

ସବୁଠି ସରଜ ପ୍ରେମ ଓ ତୋଷ ।

ସନ୍ତାପିତ ପ୍ରାଣୀ ମନ ରେ ଆଶା 

ସମ୍ଭାବିତ ଭାବ ଧାରେ  ଭରସା ।

ସୃଜି ସଭିଙ୍କର ସମୃଦ୍ଧି ଯଶ

ସଂବର୍ଦ୍ଧିତ କର ନୂଆ ବରଷ ।

ସାନ୍ତ୍ଵନା ଲହରୀ ଅମୀୟ ନେସା

ସୃଜ ହେ, ଭୁଲାଅ ଦୁଃଖ ଦୁର୍ଦ୍ଦଶା ।

ସମୁତ୍ଫୁଲ୍ଲ ଚିତ୍ତେ ସର୍ବେ ସୁହାସେ

ସତତ ନିରତ ଶ୍ରଦ୍ଧା ବିଶ୍ୱାସେ ।

ଶ୍ରମେ ରତ ହନ୍ତୁ ଧରି ସାହସ

ସାମ୍ୟ, ସଂହତି ଓ ସାଧୁତା ହସ ।

ସୁଧୀରେ ଧରା ରେ ତୁମରି ସ୍ପର୍ଶ

ସୃଜିତ କରାଉ ହେ ଅହର୍ନିଶ ।

ସ୍ବାର୍ଥ ପ୍ରବଞ୍ଚନା ଅବିଦ୍ୟା ନାଶ

ସ୍ୱlର୍ଥ୍ୟ, ସୁଖ, ସଉଭାଗ୍ୟ ପ୍ରକାଶ ।

ସ୍ଵତଃ ସବୁ ପ୍ରାଣୀ ତୁମ ପରଶେ

ସୁଖୀନଃ ଭବନ୍ତୁ ନୂଆ ବରଷେ ।।


Rate this content
Log in

Similar oriya poem from Romance