ଫେରିଛି ଫଗୁଣ
ଫେରିଛି ଫଗୁଣ
ଆହା ମଧୁମୟ ଏ ମଧୁ ସମୟ
ଋତୁ ରାଜ ବସନ୍ତର
ହେଲା ଆଗମନ ଫେରିଛି ଫଗୁଣ
ବହଇ ଧୀର ସମୀର ॥
ଏ ପବନ ଅଟେ ମଳୟ ପବନ
ବହଇ ଦକ୍ଷିଣ ଦିଗୁ
କୁସୁମ ସୁରଭୀ ବହି ଏହି ଧୀରେ
ଗରଜୁଛି ଘୁଉ ଘୁଉ ॥
ପଞ୍ଚମ ତାନରେ ଗାଉଛି ବନରେ
ପିକ ବସି କୁହୁ କୁହୁ
କେଡେ ମଧୁମୟ ଏ ମଧୁ ସମୟ
ବାଆ ବହେ ସୁଉ ସୁଉ ॥
ବଉଳଇ ଆମ୍ବ ବିବିଧ କୁସୁମ
ଛୁଟାଏ ଚାରୁ ସୁବାସ
ଆସିଛି ଫଗୁଣ ଆହା କି ମୋହନ
ସବୁଠି ଖୁସି ରାଜତ୍ୱ ॥

