ଅସତ୍ୟ ପାଖରେ ସତ୍ୟ ବନ୍ଧା ପଡ଼ିଛି
ଅସତ୍ୟ ପାଖରେ ସତ୍ୟ ବନ୍ଧା ପଡ଼ିଛି
ଅସତ୍ୟକୁ ଅନୁସରି ସ୍ବାର୍ଥକୁ ସାରଥୀ କରି
ଆଜିର ମଣିଷ କରମରେ ଧାଇଁଛି
ଆଗପଛର ବିଚାର ତିଳେ ନାହିଁ ତାହାଠାର
ଅସତ୍ୟ ପାଖରେ ସତ୍ୟ ବନ୍ଧା ପଡ଼ିଛି
ମାନବିକତା ହଜିଅଛି
ରକ୍ଷକ ହୋଇ ଭକ୍ଷକ ସିଏ ସାଜୁଛି ।
ପିତାମାତା ହେୟଜ୍ଞାନ ଭୁଲେ ସମ୍ପର୍କ ବନ୍ଧନ
ମୁଁ ମୋର ଭାବେ ନିତି ବାଇଆ ହୋଇ
ବିନା ଅନୁଶୋଚନାରେ ମାତେ ସଂସାର ଖେଳରେ
ଚିରନ୍ତନ ସତ୍ୟକୁ ବି ମନୁ ଭୁଲଇ
ଗର୍ବ ଦମ୍ଭକୁ ଭିଡ଼ି ଧରି
ଅବାଟରେ ଗୋଡ଼ ବଢ଼ିଥାଏ ତାହାରି ।
ନାରୀରେ ନାହିଁ ସମ୍ମାନ ନାରୀ ବି ନିଜର ମାନ
ହରାଇ ବସୁଛି ନିଜ ଅଜ୍ଞତାପଣେ
ଆମ ସମାଜ ଶୁଙ୍ଖଳା ହୋଇ କେତେ ବିଶୃଙ୍ଖଳା
ଅଧର୍ମର ପତିଆରା ଚତୁଃକୋଣେ
ଯେତେ ହିଂସା ମୁଣ୍ଡ ଟେକଇ
ସତ୍ୟ ଅସତ୍ୟକୁ ନେଇ ଲାଗେ ଲଢ଼େଇ ।
ପ୍ରଚେଷ୍ଟା ବିନା କି କେହି ଧରମ ପାରଇ ରୋଇ
ଶୂନ୍ୟ ହୋଇ ଯାଇଥିବା ହୃଦୟ କ୍ଷେତେ
ମନୋବଳ ଦୃଢ଼ ଥିଲେ ସିନା ବଢ଼ିବ ଗହଳେ
ଅଧର୍ମକୁ ଉପାଡି଼ ପରିବେ ସମସ୍ତେ
ଅସତ୍ୟ ଅପସରି ଯିବ
ସତ୍ୟ, ଶାନ୍ତି, ପବିତ୍ରତା ବିରାଜୁଥିବ ।