Ashok Kumar Nayak

Inspirational

3  

Ashok Kumar Nayak

Inspirational

ପ୍ରେମ

ପ୍ରେମ

1 min
201


ପ୍ରେମ ଶବ୍ଦ ଏକ ଈଶ୍ୱର ପ୍ରଦତ୍ତ

ପ୍ରେମର ଅର୍ଥ ପବିତ୍ର

ପ୍ରେମରେ ନ ଥାଏ ରଙ୍ଗ ଭଳି ଭଳି

ନ ଥାଏ ବି ଜାତି ଗୋତ୍ର l


ପ୍ରେମ ଗୋଟେ ଫୁଲ ଭାରି ସୁନ୍ଦର ସେ

ଆକର୍ଷଣ ଲାଗେ ଭାରି

ଛୁଇଁଦେଲେ ଥରେ ସରମି ଯାଏସେ

କେତେ ଅଭିମାନ କରି l


ଯୌବନରେ ଥାପି ପ୍ରଥମ ପାହାଚେ

ପ୍ରେମ ସହ ଦେଖା ହୁଏ,

ଜୀବନ ଆସଇ ଦୁର୍ବଳ ମୁହୂର୍ତ୍ତ

ପ୍ରେମ କଣ ଜଣାଯାଏ l


ପ୍ରେମ ଯେ ଅଟଇ ଅନ୍ତରର ଜ୍ୱାଳା

ଲିଭାଇଲେ ଲିଭେ ନାହିଁ

ସେହି ପ୍ରେମ ବନ୍ଧୁ ମିଠା ଅନୁଭୂତି

କେବେ ଭୁଲି ହୁଏନାହିଁ l


ପ୍ରେମ ନୁହେଁ କାହା ହୃଦୟ ସ୍ପଦନ 

ମରିଗଲେ ସ୍ତବ୍ଧ ହେବ

ପ୍ରେମ ଅଟେ ଏକ ପବିତ୍ର ବନ୍ଧନ

ଯୁଗେ ଯୁଗେ ରହିଥିବ  l



Rate this content
Log in

Similar oriya poem from Inspirational