ମୁଁ ଆଉ ପ୍ରେମ
ମୁଁ ଆଉ ପ୍ରେମ
ପ୍ରେମ ସର୍ବଦା ସୁନ୍ଦର ଆଉ ଶାଶ୍ଵତ ।
ପ୍ରେମ କାମନାର ଶବ୍ଦ ନୁହେଁ ।
ପ୍ରେମ ତ୍ୟାଗର ହୋଇଥାଏ ଭୋଗର ନୁହେଁ ।
ମିଳନ ର ଅମୃତ ତଥା ମହାର୍ଘ ମୂହୁର୍ତ୍ତ ପ୍ରେମ ।
ଆନ୍ତରିକତା ବୃଦ୍ଧି ହୁଏ ପ୍ରେମରେ ।
ନିଃସ୍ୱାର୍ଥପର ଭଲ ପାଇବା ହିଁ ପ୍ରେମ ।
ପ୍ରେମର ସାର୍ଥକତା ଥାଏ ହୃଦୟକୁ ଜୟଲାଭ କରିବାରେ ।
ମାଆର ବାତ୍ସଲ୍ୟ ମମତା ହିଁ ନିଃସ୍ଵାର୍ଥ ପ୍ରେମ।
ଭାତୃ ସ୍ନେହ ର ମମତା ର ବନ୍ଧନ ରାକ୍ଷୀ
ଯୁଗ ଯୁଗର ବନ୍ଧନ ଯାହା ପ୍ରେମ।
ପ୍ରେମରେ ତ୍ୟାଗ ର ମହମହ ବାସ୍ନା
ଭକ୍ତ ଭଗବାନଙ୍କ ପ୍ରେମ
ଅଛି କାହିଁ ଅନାଦି କାଳରୁ
ଅନେକ ତଥ୍ୟ ଆଉ ତତ୍ତ୍ବ ସହ।
ପ୍ରେମରେ ସଉଦା ନ ଥାଏ
ତଉଲି ହୁଏନାହିଁ କେବେ ଏହି ପ୍ରେମକୁ।
ମୁଁ ଆଉ ମୋ ପ୍ରେମ
ଅଗାଧ ସମୁଦ୍ରର ଜଳରାଶି ଭିତରେ
ସାତ ସିନ୍ଧୁକ ରେ,ସାଇତା ଫରୁଆ ରେ
ଆକାଶେ ଭଲପାଇବା ରେ ମୋ ପ୍ରେମ
ଏମିତି ତ ପ୍ରେମ।