STORYMIRROR

Kalandi pal

Inspirational

3  

Kalandi pal

Inspirational

ଏକ ସୂତ୍ରେ ବନ୍ଧା

ଏକ ସୂତ୍ରେ ବନ୍ଧା

1 min
195


ଗୋଟି ଗୋଟି ସୁତା ଏକ ସୂତ୍ରେ ଗୁନ୍ଥା

    ହୁଅଇ ଏକ ବସନ,

ଗୋଟି ଗୋଟି ପିଣ୍ଡ ମିଶି ଏ ବ୍ରହ୍ମାଣ୍ଡ

    ସଭିଏଁ ତୋ ଦେହେ ଲୀନ,

ପ୍ରଭୁ, ତୁମେ ତ ବିଶ୍ୱ ପରାଣ, l୦l


ତୋର ଅଙ୍ଗୁ ଜାତ ଏ ସାରା ଜଗତ

    ଜନ୍ମ ପାଳନ ମରଣ,

ସତ୍ତ୍ୱ ଗୁଣେ ବନ୍ଧା ଏ ବ୍ରହ୍ମାଣ୍ଡ ସଦା

    ଯେହ୍ନେ ଗୋ ରଜ୍ୱେ ବନ୍ଧନ,

ସର୍ବ ଦେବାଦେବୀ ବନ୍ଧନରେ ଭାଗି

    ବାଦ ପଡନ୍ତିନି ଯମ, l୧l


ମହେନ୍ଦ୍ର ନୈରୁତ ଦଶ ଦିଗପାଳ

   ସୋମ ବରୁଣ ପବନ,

ବ୍ରହ୍ମା ମହେଶ୍ୱର ଚନ୍ଦ୍ର ଦିବାକର

    ଅନଳ ମରୁଦଗଣ,

ସିଦ୍ଧ କିନ୍ନର ବା ବସୁ ବିଶ୍ୱଦେବା

    ଏକ ସୂତ୍ରରେ ବନ୍ଧନ, l୨l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational