STORYMIRROR

linki barik

Inspirational Others

3  

linki barik

Inspirational Others

ଉପଯୁକ୍ତ ନାୟକ "ବାପା"

ଉପଯୁକ୍ତ ନାୟକ "ବାପା"

1 min
190

ଯନ୍ତ୍ରଣା ପରିବର୍ତ୍ତେ ଏକ ସ୍ମିତହାସ୍ୟ

ସନ୍ତାନ ପାଇଁ ସେ ଦୃଢ଼ ବରଗଛ,

ଅତୀତ ବର୍ତ୍ତମାନ ସନ୍ଧିରେ ପ୍ରୟାସ

ସନ୍ତାନ ମୁଖେ ଦେବାପାଇଁ ହସ।


ମୋ କ୍ଷୁଦ୍ର ପୃଥିବୀର ସୀମାହିନ ଆକାଶ,

କରୁଣା ସାଗର ସେ ସ୍ନେହ ବାରିଧର।


ଅହର୍ଣ୍ଣୀଷ କଷ୍ଟ ନ୍ୟୁନ ତା ପାଇଁ,

ସନ୍ତାନ ଲାଗି ଜଳନ୍ତା ଦୀପ ଅଟଇ।


ସଂସାର ରଥେ ସେ ଦୃଢ଼ ସାରଥୀ,

ପ୍ରାର୍ଥନା କରେ ତା ଲାଗି ମନ ବାରିଧି।


ଆସ୍ୟ ତା ସଦା ଗମ୍ଭୀର

ଅଟେ ସେ ନାରିକେଳ ସାର,

ବାହ୍ୟ କଠିନ ଅନ୍ତ କୋମଳ

ଆଦ୍ୟ ପ୍ରଭୁ ସେ ସଦା ନତ ମୋ ଶିର।


ଧରି ହସ୍ତ ଦେଖାଏ ସୁଗମ ସରଣୀ,

ଏ ଜୀବନେ ତା ପ୍ରୟୋଜନ ଅଗ୍ରଣୀ।


ଦୁଃଖ ଦରିଆ ନାଉରୀ ସେ

ସ୍ବର୍ଗଠୁ ବଳୀ ମର୍ତ୍ତ୍ୟବିବୁଧ,

କର୍ମଧା ଦୁନିଆଁ ବନାନୀରେ ଉତ୍ସର୍ଗୀକୃତ

ଧି ଶିକ୍ଷାର ସେ କର୍ଣ୍ଣଧାର।


ସମର୍ପିତ ଜୀବନ ତାଙ୍କର

ସନ୍ତାନ ମନୋରଥ ଦ୍ଵାହିରେ,

ମୋ ଜୀବନେ ସେ ଶୁଭ୍ର ମୟୁଖ

ସୂତ ସୂତ ମଧ୍ୟେ ପକ୍ଷାପଦ

ତାଙ୍କ ଦର୍ଶନ ବ୍ୟତିରେକ।


ଭାରି କୋମଳ ଉର ତାଙ୍କର,

ତାଙ୍କ ପାଇଁ ପୂର୍ଣ୍ଣ ଆଜି ଏ ଆଗାର।


କଣ୍ଟକିତ ପଥେ ଯାତ୍ରା ତାଙ୍କର,

ସନ୍ତାନ ପାଇଁ ବିଛାନ୍ତି କୋମଳ ସୁମନ।।


ସହିଷ୍ଣୁତାର ସେ ବିରାଟ ପାଦୀ

ସନ୍ତାନ ବିପଦେ ନିଜେ ଆଗଭର,

ସୂତ ବିପତ୍ତି ପଥେ ସେ ଶୈଳ ଭୂଧର

ଜୀବନ ମୟୁଖ ସେ ପ୍ରଥମ ଈଶ୍ୱର।


ଭୋକ ଉପବାସେ ଯୋଗାଏ ପେଟକୁ ଦାନା,

ସର୍ବଦା ଶିଖାଏ ଜୀବନେ ହୁଅ ତୁମ୍ଭେ ଦୃଢମନା।


ତୁମ୍ଭ ପ୍ରଚେଷ୍ଟା ତୁମ୍ଭ ପ୍ରେରଣା ତୁମ୍ଭ ଆଶୀର୍ବାଦ

ମୋ ଶିରେ ଥାଉ ସଦାସର୍ବଦା,

ଏ ଜନମେ ନୁହେଁ ସବୁ ଜନମରେ

ହୁଏ ମୁଁ ତୁମ୍ଭ ଦୁହିତା।


ତନୟା ବୋଲି କେବେ ନକରି ଅନାଦର,

ବଞ୍ଚିବା ଶିଖେଇଛ ଆଦର୍ଶରେ ତୁମ୍ଭର।


ତୁମ୍ଭ ଅନୁପସ୍ଥିତିରେ ଲାଗେ ଏ ଆଗାର

ଶୂନ୍ୟ ଏକ ମରୁଭୂମି,

ଉପସ୍ଥିତି ତୁମ୍ଭ ସତେ ନିର୍ଜର ଭୂମି।


ତୁମ୍ଭ ପଦେ ମୋର କୋଟି ପ୍ରଣିପାତ,

ମୋ କ୍ଷୁଦ୍ର ଧରଣୀର ବୃହତ୍ ଆନନ୍ଦ।


ଏ ଜୀବନ ଚଳଚିତ୍ରେ ତୁମ୍ଭେ ଉପଯୁକ୍ତ ଲାଏକ,

"ବାପା" ତୁମ୍ଭ ଲାଗି ଆନନ୍ଦମୟ ଏ ଜୀବନ ପୁଷ୍ପକ।


ଆଜି ଏ ଲେଖନୀ ପଡୁଛି ଥକି

ଗାଇବାକୁ ତୁମ୍ଭ ଗାଥା,

ବେଳେବେଳେ ସ୍ତବ୍ଧ ମୋ ସୃଜନୀ

ନଇଁଯାଏ ମୋର ମଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational