STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

କୁହୁଡ଼ି

କୁହୁଡ଼ି

1 min
156

କୁହୁଡି ର ସୃଷ୍ଟି ଧୁଳିକଣା ସାଥେ

ଜଳିୟବାଷ୍ପ ମିଶ୍ରଣ,

ଅନେକ କୁହୁଡି ମାଡି ଆସେ ଧରି

ଭଗ୍ନ ହୃଦୟ କର୍ଷଣ।


ଜାମ୍ ହୁଏ ଯେଉଁ ହୃଦୟ ଧମନୀ

ସତ ଚେଷ୍ଠା ରେ କି ଖୋଲେ

ରକ୍ତ ତାର ରଙ୍ଗ ବଦଳାଇ ଦେଇ

କୁହୁଡିଆ ଦିଶେ ଭଲେ।


ବାହାର କୁହୁଡି ଆମୋଦ ବି ଦିଏ

ଶୀତଳତା ଦେହେ ଚୁମେ।

ଅନ୍ତର କୁହୁଡି ଅନ୍ତରକୁ ଜାଳେ

ହୃଦୟେ ବରଫ ଜମେ।


କୁହୁଡି ଭରା ଏ ଜୀବନ କୁ ନେଇ

କେତେ ଦିନ ବଞ୍ଚିବାକୁ,

ଜାଳି ଜାଳି ଦେବ ବରଫର ଥଣ୍ଡା

ଜାଳି ଦେବ ଆଶା ସବୁ।


କୁହୁଡି ଘେରା ଏ ଦୁନିଆରେ ସବୁ

ମିଛ ପ୍ରହେଳିକା ସବୁ,

ନିରାଶ ନ ହୋଇ ନିଜ ଜୀବନର

ମୂଲ୍ୟ ଦିଅ ଆରେ ବାବୁ।


କୁହୁଡି ଛାଡ଼ିବ ସୂର୍ଯ୍ୟ ବି ଉଇଁବ

ନିଜ ପାଦ ଶକ୍ତ ଥିଲେ,

ଇଶ୍ଵର ଙ୍କ ଠାରେ ବିଶ୍ଵାସ ରଖିଲେ

ସବୁ ଦୂର୍ଘଟଣା ଟଳେ।


ସୂର୍ଯ୍ୟଙ୍କର ସେହି ରକ୍ତିମ ଆଭା କୁ

କୁଝଟିକା କିଛି କ୍ଷଣ,

ଢାଙ୍କି ରଖିଥାଏ ତା ସୌନ୍ଦର୍ଯ୍ୟ ଢାଳି

 ତାର ଦୋଷ ଅବା କଣ ?


 ସହିବା ଶକତି ଇଶ୍ଵର ଦିଅନ୍ତି

 ଛାଇ ଆଲୁଅର ଖେଳ,

 ସହି ନପାରିଲେ ଇଶ୍ଵର ଶକତି

 ହାର ମାନେ ଜୀତେ ଖଳ।


 ଜୀବନ ଟା ବଡ଼ ଅବୁଝା ପଦ୍ୟଟେ

 ସରଳାର୍ଥ ତାର କଷ୍ଟ,

 ଧୈର୍ଯ୍ୟ ଓ ସାହାସ ଦୁଇ ଅସ୍ତ୍ର ବଳେ

 କୁହୁଡି କୁ ଧିରେ କାଟ।

 

 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational