Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମାଆ ଦୁର୍ଗତିନାଶିନୀ

ଜୟ ମାଆ ଦୁର୍ଗତିନାଶିନୀ

1 min
362



ଜୟ ଜୟ ଜୟ ଦୁର୍ଗେ ଦୁର୍ଗତିନାଶିନୀ l

ଜୟ ଜୟ ଜୟ ମାଆ ଜଗତ ଜନନୀ ll

ନବରାତ୍ରେ ପୂଜା ମାଆ ରୂପ ନବଦୁର୍ଗା l

ଜୟନ୍ତୀ ମଙ୍ଗଳା କାଳି ମାଆ ଜୟଦୁର୍ଗା ll

ଅନଳୁ ସମ୍ଭୁତା ମାତ ଦୁର୍ଗା ତୋର ନାଆଁ l

ଦୁର୍ଗତିକାଳରେ ମାଆ ଏକା ଅଟୁ ସାହା ll

ନମସ୍ତୁତେ ଶିବା ରୁଦ୍ରା ଶିବାନୀ ଭବାନୀ l

ଭବାବ୍ଧୀ ତାରଣ ଆଶ୍ରା ଅବ୍ଜ ପଦବେନି ll

ମାର୍କଣ୍ଡେୟ ମହା ମୁନୀ ସୁରଥ ନୃପତି l

ଗାଇଲେ ଉଦ୍ଦାତ୍ତକଣ୍ଠେ ଦୁର୍ଗା ସପ୍ତସତୀ ll

ଜୟ ଦୁର୍ଗା ପୂଜି ମାଆ ମହାବୀର ପାର୍ଥେ l

ମହାଭାରତ ଜିଣିଲେ ନନ୍ଦିଘୋଷ ରଥେ ll

ବିବସନା ହେଲୁ ମାଆ ମହିଷାକୁ ଭଣ୍ଡି l

ଖଡ୍ଗାଘାତେ ଛିଡ଼ାଇଲୁ ତା'ର ମୁଣ୍ଡ ଗଣ୍ଡି ll

ଚଣ୍ଡମୁଣ୍ଡ ବିଧ୍ୱଂଶିନୀ ନାମ ତୋ ଚଣ୍ଡିକା l

ଶୁମ୍ଭ ନିଶୁମ୍ଭ ନାଶିଲୁ ତୁ ନୃତ୍ୟ ନାୟିକା ll

ରକ୍ତବୀର୍ଜ୍ୟ ରକ୍ତପାନ କଲୁ ମୋଡ଼ି ମୁଣ୍ଡ l

ଧୁମ୍ରଲୋଚନ ମାଇଲୁ ଖଡ୍ଗେ ଖଣ୍ଡ ଖଣ୍ଡ ll

ଜଗତେ କେ ଅଛି ପୁଣି ମାଆର ଜିଣନ୍ତା l

ଜଗତଜିତା ତୋ ନାମ ମା' ଅପରାଜିତା ll

ନମସ୍ତସୈ ନମସ୍ତସୈ ନମଃ ମହାମାୟା l

 ବିଶ୍ଵ ଜନନୀ ଜନରେ ରଖିବୁ ସୁଦୟା ll

         



Rate this content
Log in

Similar oriya poem from Inspirational