STORYMIRROR

Nihar Ranjan Acharya

Inspirational

3  

Nihar Ranjan Acharya

Inspirational

ଦସ୍ତଖତ

ଦସ୍ତଖତ

1 min
201

ଗଡ଼ି ଯାଏ ବେଳ ସଂସାର ଜଞ୍ଜାଳ 

  ଧିମେଇ ଯାଏ ଧାରଣା  

ତେଲ ଲୁଣର ଏ ଅଭାବ ସଂସାରେ 

  ବିବେକ ବି ବାଟବଣା। ୧।


କେବେ କଷୁଅଛି କର୍ତ୍ତବ୍ୟର ଅଙ୍କ 

  ସମ୍ପର୍କର ସିଲଟରେ  

ଅହଂ ଅଭିମାନ ଦୁଃଖର ଦହନ 

  କଳ୍ପନା କଳାପଟାରେ। ୨।


ଫର୍ଦ୍ଦ ଫର୍ଦ୍ଦ ପଢେ଼ ପ୍ରତିଟି ପୃଷ୍ଠାରେ 

  ଯନ୍ତ୍ରଣାର ଯତିପାତ 

ସମୟ ଚକରେ ଏ ସଂସାର ରଥ 

  ଗଡ଼ିଯିବ ଏହା ସତ। ୩।


ପରଖିଲି ଯାହା ସବୁ ମିଛ ମାୟା 

  ଜ୍ଜ୍ୱାଳାମୁଖି ଏ ଜଞ୍ଜାଳ  

ତବ ପ୍ରେମ ସ୍ରୋତେ ଭସାଅ ତୁରିତେ 

  ପ୍ରଭୁ ହେ ନୀଳ ଶଇଳ। ୪।


ଶଇଳ ଶିଖର ଅନନ୍ତ ଅପାର 

  ଦୂର କର ଯେତେ କ୍ଷତ  

ମୁକତିର ମାର୍ଗେ ନିଅ ହେ ସରାଗେ 

  ଦେଇ ତୁମ ଦସ୍ତଖତ। ୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational