STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ନିବେଦନ

ନିବେଦନ

1 min
175


ବିଶ୍ୱମୋହନ ହେ ତୁମେହି ସହାୟ ମୋର

ଅଥଳ ସାଗରେ ଭାସିଗଲା ବେଳେ

କରିଛ ବିପଦୁ ପାର

ଯାହା ତୁମେ ଦେଲ ତୁମେ ତା ରକ୍ଷକ

ମୁଁ" ନାମକୁ କରଇ ଗର୍ବ,

"ମୁଁ" ଛାଡିନାହିଁ ମୋ ମନ ଶରୀରୁ

ପ୍ରାଣ ମୋର କଳୁଷିତ

ସେଥି ପାଇଁ ତୁମେ ରୁଷି ଯାଉଅଛ

ଭାସୁଛି ଅଥଳ ଜଳେ,

ଶ୍ରୀରଙ୍ଗା ଚରଣେ ଶରଣ ପଶୁଛି

କ୍ଷମା କର ମୋତେ ଥରେ

ତୁମେ ମୋର ମାତା ତୁମେ ମୋର ପିତା

ତୁମେ ମୋ ସନ୍ତାନ ସ୍ୱାମୀ,

ତୁମେ ମୋର ବନ୍ଧୁ ସଖା ସହୋଦର

ସ୍ୱାମୀ ତୁମେ ଅନ୍ତର୍ଯ୍ୟାମୀ

ଯାହା ଅରପିଛ ଅପଦାର୍ଥ ହାତେ

ରଖିବାକୁ ଯୋଗ୍ୟ ନୁହେଁ,

ସମର୍ପୂଛି ତୁମ ପାଦ ପଙ୍କଜରେ

ରକ୍ଷା କର ଦୟା ମୟେ

ରଖିଲେ ରଖିବ ମାରିଲେ ମାରିବ

ସବୁତ ତୁମ କରୁଣା,

ସହିବାକୁ ଟିକେ ଧର୍ଯ୍ୟ ଦିଅ ପ୍ରଭୁ

ଦିଅନି ବନ୍ଧନ ଜମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational