ନିବେଦନ
ନିବେଦନ
ବିଶ୍ୱମୋହନ ହେ ତୁମେହି ସହାୟ ମୋର
ଅଥଳ ସାଗରେ ଭାସିଗଲା ବେଳେ
କରିଛ ବିପଦୁ ପାର
ଯାହା ତୁମେ ଦେଲ ତୁମେ ତା ରକ୍ଷକ
ମୁଁ" ନାମକୁ କରଇ ଗର୍ବ,
"ମୁଁ" ଛାଡିନାହିଁ ମୋ ମନ ଶରୀରୁ
ପ୍ରାଣ ମୋର କଳୁଷିତ
ସେଥି ପାଇଁ ତୁମେ ରୁଷି ଯାଉଅଛ
ଭାସୁଛି ଅଥଳ ଜଳେ,
ଶ୍ରୀରଙ୍ଗା ଚରଣେ ଶରଣ ପଶୁଛି
କ୍ଷମା କର ମୋତେ ଥରେ
ତୁମେ ମୋର ମାତା ତୁମେ ମୋର ପିତା
ତୁମେ ମୋ ସନ୍ତାନ ସ୍ୱାମୀ,
ତୁମେ ମୋର ବନ୍ଧୁ ସଖା ସହୋଦର
ସ୍ୱାମୀ ତୁମେ ଅନ୍ତର୍ଯ୍ୟାମୀ
ଯାହା ଅରପିଛ ଅପଦାର୍ଥ ହାତେ
ରଖିବାକୁ ଯୋଗ୍ୟ ନୁହେଁ,
ସମର୍ପୂଛି ତୁମ ପାଦ ପଙ୍କଜରେ
ରକ୍ଷା କର ଦୟା ମୟେ
ରଖିଲେ ରଖିବ ମାରିଲେ ମାରିବ
ସବୁତ ତୁମ କରୁଣା,
ସହିବାକୁ ଟିକେ ଧର୍ଯ୍ୟ ଦିଅ ପ୍ରଭୁ
ଦିଅନି ବନ୍ଧନ ଜମା