ବିବେକାନନ୍ଦ ଜନ୍ମ ଜୟନ୍ତୀ ଭାବନା
ବିବେକାନନ୍ଦ ଜନ୍ମ ଜୟନ୍ତୀ ଭାବନା
ଆଜି ଅଟେ ବିବେକାନନ୍ଦଙ୍କ
ଜନମ ଜୟନ୍ତୀ
ବିଦେଶକୁ ଯାଇ ସେ ସନାତନ ଧର୍ମ
ବ୍ୟାଖ୍ୟା କରନ୍ତି।୧।
ସମଗ୍ର ବିଶ୍ୱରେ ତାହାଙ୍କର ଶିଷ୍ୟ
ରହି ଅଛନ୍ତି
କୁହ କେତେ ସେଥିରୁ ତାଙ୍କ ବାର୍ତ୍ତାକୁ
ପାଳନ କରନ୍ତି ।୨।
ଶାମ୍ବ ଦଶମୀରେ ନା ନା ଭୋଗଦ୍ରବ୍ୟ ନେଇ
ପୂଜୁଛେ ସୂର୍ଯ୍ୟଙ୍କୁ ଆନନ୍ଦେ ଭାରି
ନିଜର ସନ୍ତାନ ସନ୍ତତିଙ୍କ ରୋଗରୁ ଆରୋଗ୍ୟ
କାମନା କରି ।୩।
ଏ ଦିନରେ ଧସି ପଶି ଆସୁଛି ମୋ
ମନରେ ଯେଉଁ ଭାବନା
କୁହ ଭଉଣୀ ଭାଇ କେତେ ଜଣଙ୍କର
ସମାଜର ଅଛି କାମନା। ।୪।
ଦୁନିଆ କହିଲେ ଦୁଇ ନିଆଁ ଜଳୁଥାଏ
ଜନ୍ମର ଏନ୍ତୁଡି ଶାଳରେ
ଅଗ୍ନି ଜଳେ ମୃତ୍ୟୁର ମଶାଣିରେ ତା
ଭିତରେ ।୫।
ଦୁନିଆ ବଡ଼ ବିଚିତ୍ର ସଂସାର ମୋହରେ
ଛନ୍ଦି ହୋଇଛେ
ସମୟ ଅଟେ ବଡ଼ ବଳବାନ ଦୁଃଖ ସୁଖକୁ
ଜୀଵନରେ ଭୋଗୁଛେ ।୬।
ସଂସାରେ ବଂଚିବାର ମୂଳସୁତ୍ର ଯୁଗେ ଯୁଗେ
ମଣିଷ ଖୋଜୁଛି
ଖାଇବା ପାଇଁ ବଞ୍ଚିଛି? ଅବା ଖାଉଛି ବଂଚିଵା
ପାଇଁ? ଭାବୁଛି ।୭।
ମଣିଷ ମନରେ ରହିଛି ରହିବ ସୁପ୍ତ
ଆଶା ଅସଂଖ୍ୟ ସ୍ୱପ୍ନର
ସକାଳୁ ସୂର୍ଯ୍ୟୋଦୟ ଦେଖିବା ପାଇଁ
ପ୍ରତ୍ୟାଶା ସୁଖର ।୮।
ଗରିବ ବାପୁଡା ଅଭାବେ ଶୋଷଣର
କଷାଘାତରେ
ସବୁଦିନ ଖଟି ଖଟି ହାରି ହାରି
ବଞ୍ଚେ କାହିଁକିରେ? ।୯।
ଦୁଃଖେ ଦୁଃଖେ ମରେ ତେବେ କାହିଁକି
ଶୋଷିତ ନିର୍ବିକାର
ରଙ୍ଗେଇ ହେବାର ସୌଭାଗ୍ୟ ନାହିଁ
ଡାଳ ଗୁଡାକ ଭରଷାର ।୧୦।
କୁହ ଝଡି ଯାଆନ୍ତି କାହିଁକି ବଂଚିଛି
ମିଛ ଆଶ୍ୱାସନାରେ
ଅବହେଳିତ ବଞ୍ଚେ ଥୁଣ୍ଟା ବରଗଛ ଭଳି
ଆହତ ମନର ବ୍ୟାକୁଳତାରେ ।୧୧।
ଆଶ୍ରା କରିଛି ଖୋଜୁଛି ତଥାପି ତ
କେବେ ଭାଙ୍ଗି ପଡିନି
ଶାନ୍ତିର ପାନ୍ଥ ଶାଳା ମୁକ୍ତ ଜୀବନ
କ'ଣ ମିଳିବନି ।୧୨।
ଦେଖୁଛି ଜଣେ ଅତ୍ୟାଚାରୀ ମଣିଷ ସ୍ରଷ୍ଟା
ବୋଲି ଭାବୁଛି ନିଜକୁ
ସେ ଅସୀମ ଅବ୍ୟକ୍ତ କ୍ଷମତାର ଅଧିକାରୀ
ଗୋଡ଼ାଣିଆ ମାନେ କହନ୍ତି ତାକୁ ।୧୩।
ଦୁଃଖର ଅଶ୍ରୁ ସାଥେ ଆମେ ସବୁ କରୁଛେ
ହର ହର ମହାଦେବ
କୁହ ଭଉଣୀ ଭାଇ କେବେ ଆମର ନିଜ
ଅଧିକାର ପାଇଁ ଚେତନା ଆସିବ ।୧୪।
ଦିଶାହୀନ ନିଃସହାୟ ଆଶ୍ରାହୀନ କାନ୍ଦିବା
ଛଡ଼ା କ'ଣ କିଛି ବାଟ ନାହିଁ
ଅଥବା ମାଗି ଖିଆ ହୋଇ ଯାଇଛେ
ଆମର ଆଉ ସ୍ୱାଭିମାନ ନାହିଁ ।୧୫।
ଅବା ଭାଗ୍ୟ ଭଗବାନ ଗୋଲକ କାହାଣୀରେ
ନିଷ୍ପେସିତ ଜନତା ହଜିଯାଇଛନ୍ତି
ନାହିଁ ତାଙ୍କର ପରିଚୟ ପତ୍ର ମିଥ୍ୟା ପ୍ରତିଶୃତି
ଅଦେଖା ସ୍ୱାଦ ପଛରେ ଧାଇଁଛନ୍ତି ।୧୬।
ବୁଝି ପାରୁଥିଵେ ସେ ଅସୀମ ଅବ୍ୟକ୍ତ କ୍ଷମତାଧାରୀ କିଏ?
ତା ପାଇଁ ଗରିବ ଜନତାଙ୍କ ନୀରବତା ମାନେ କଣ ?