STORYMIRROR

linki barik

Inspirational

3  

linki barik

Inspirational

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

1 min
201

ବେଳେବେଳେ ନୀରବ କରିଦିଏ ମୋତେ

ତୁମର ସେ ଅଭିମାନ ବୋଲି କିଛି 

ସ୍ତବ୍ଧ ହୃଦୟର ଆବେଗ ନେଇ

ଭାବିନିଏ ମୁଁ ବେଶ୍ କିଛି।।


ହଁ ତୁମେ ଭାରି ଅଭିମାନୀ

ତୁମ ଅଭିମାନକୁ ଆଞ୍ଜୁଳାରେ ତୋଳି ଧରିଥିବା 

ନିରୀହ ପ୍ରେମିକ ମୁଁ 

ହୃଦୟ ପାନ୍ଥଶାଳାରେ ଅଙ୍କିତ ତୁମ ନାମ

ତୁମ ଅଭିମାନର ଅଧିକାରୀ ପ୍ରେମ ହାଟରେ

ତୁମ ପାଇଁ ଅପେକ୍ଷାରତ ବଣିକ ମୁଁ।।


ଏ ଅଭିମାନରୁ ହିଁ ତ

ଏ ଅମର ପ୍ରେମର ପ୍ରାଚ୍ୟ ପ୍ରାରମ୍ଭ 

କିବା ବର୍ଣ୍ଣନା କରିବି ମୋ ଅଭିମାନୀ 

ପ୍ରିୟାର ରୂପ ବୈଭବ!!


ସେ ତ ମୋ ମନ ମଇନା

    ହୃଦ ଆଇନା 

    କବିତା ଅନାବନା

ରୂପ ତା କରେ ମତେ ଭାରି ଆନମନା।।


କେବେ ପ୍ରିୟା ସ୍ୱପ୍ନ ଦରିଆ ଡେଇଁ 

ତୁମେ ବାସ୍ତବ ରୂପ ନେବ 

ଅନେକ ଦିନର ସୀମାହୀନ ଅପେକ୍ଷାର

ମଧୁର ଅନ୍ତ ଘଟିବ।।


ତୁମ ଅଭିମାନ ଲାଗେ ଭାରି ମିଠା

ଅଭିମାନର ଟିକିଏ ଝଲକରେ ହୃଦୟର ଶେଷ ପୁଲକତା।।


ବେଳେବେଳେ ନୀରବ କରିଦିଏ ମୋତେ

ତୁମର ସେ ଅଭିମାନ ବୋଲି କିଛି 

ସ୍ତବ୍ଧ ହୃଦୟର ଆବେଗ ନେଇ

ଭାବିନିଏ ମୁଁ ବେଶ୍ କିଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational