ପ୍ରେମ
ପ୍ରେମ
ମଣିଷ ଜୀବନ ନୁହେଁ ସାଧାରଣ
ଜୀବ ଜଗତରେ ଶ୍ରେଷ୍ଠ,
ମାନବିକତାର ଦ୍ୱାହି ଦେଇ କାମ
କରିବା ନିତ୍ୟ ଉତ୍କୃଷ୍ଟ ।।
ସ୍ନେହ, ଦୟା ,କ୍ଷମା ଭାବ ଭକ୍ତି ସାଥେ
ଆନ କୁ କରିଣ ପ୍ରେମ,
ପରୋପକାର ରେ ସୁଗୁଣ ସମ୍ପନ୍ନ
ଏହା ମଣିଷର ଧର୍ମ ।।
ପ୍ରେମ ଭକ୍ତି ଭରେ ଦୁନିଆ କୁ ବାନ୍ଧି
ଗୋଟିଏ ସୂତ୍ରରେ ସଦା,
ଏକତା ର ବଳେ ଜାତି ଧର୍ମ ଭୁଲି
ସୁବିଚାରେ ହେବା ବନ୍ଧା ।।
ପିତୃ ମାତୃ ପ୍ରେମେ ଭାତୃ ଭଗ୍ନୀ ସାଥେ
ବନ୍ଧୁ ପ୍ରେମେ ବଳିୟାନ,
ପ୍ରକୃତି ପ୍ରେମ ରେ ଉଦ୍ଭିଦ ପ୍ରାଣୀ ର
ପ୍ରେମେ ହୁଅ ଗରିୟାନ ।।
ରାଗ ରୋଷ ଘୃଣା ଅହଂକାର ଦ୍ଵେଷ
ଏ ତ ପ୍ରେମ ବିପରୀତ,
ତ୍ୟାଗ କରି ସଦା କୁଗୁଣ ଦୁର୍ଗୁଣ
ଗଢ଼ିବା ନୂଆ ଭାରତ ।।