STORYMIRROR

Jyostna mishra

Inspirational

3  

Jyostna mishra

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
237


ପୂଣ୍ୟାତ୍ମା ଚାଚା ନେହେରୁ ଆମର

ତାଙ୍କ ଜନମ ଦିବସ

ଅମର ରହିଲା ନାମଟି ତାଙ୍କର

ପାଳୁ ଯେ ଶିଶୁ ଦିବସ ।।


ସ୍ନେହର ପରଶ ଶିଶୁଙ୍କ ମଥାରେ

ଭଲ ବିଚାର ଯେ ଦେଲେ,

ପ୍ରେରଣା ଦେଖାଇ ଯତନ କରିଲେ

ପିଲାଙ୍କୁ ଶରଧା କଲେ ।।


ଛନ୍ଦ କପଟ ଯେ ଜାଣି ନାହିଁ ଶିଶୁ

ନିର୍ମଳ ହୃଦୟ ତା'ର,

ଦେଶର ସେ ମେରୁଦଣ୍ଡ ଅଟେ ପରା

ସନ୍ତାନକୁ ଯୋଗ୍ୟ କର ।।


ଆଗାମୀ କାଲିର ଗର୍ବ ଗୌରବ

ଉଜ୍ଜ୍ୱଳ ଆଲୋକ ସିଏ,

ଖାଦ୍ୟ ସହ ଶିକ୍ଷା କର୍ତ୍ତବ୍ୟବୋଧ ହିଁ

ଦେଶପ୍ରିୟ କରିଥାଏ ।।


ସମାଜ କଲ୍ୟାଣ ବିକାଶ ନିମନ୍ତେ

ମାତୃଭୂମି ର ରକ୍ଷକ,

ସ୍ବାସ୍ଥ୍ୟ ର ଉନ୍ନତି ଶୃଙ୍ଖଳା ର ଜ୍ଞାନ

ଶିଶୁଟିକୁ ଆବଶ୍ୟକ ।।


ଶିଶୁ ଦିବସ ଯେ ସ୍ମରଣୀୟ ଅଟେ

ଶିଶୁ ଆମ ଭବିଷ୍ୟତ,

ଶିଶୁଟି ହସିଲେ ମନହୁଏ ଖୁସି

ଦୁନିଆ ହସଇ ସତ ।।


ଶିଶୁ ଅଟେ ପରା ରାଷ୍ଟ୍ରର ନିର୍ମାତା

ତାଙ୍କୁ ଲୋଡା ସ୍ବାସ୍ଥ୍ୟ-ଶିକ୍ଷା,

ନୀତି ନିୟମ କୁ ଶିଖେଇ ପାରିଲେ

ରାଷ୍ଟ୍ର ମାନ ହେବ ରକ୍ଷା ।।


Rate this content
Log in

Similar oriya poem from Inspirational