ହେତୁବାଦୀ ନିଜକୁ ଦେଖ
ହେତୁବାଦୀ ନିଜକୁ ଦେଖ
(ବଙ୍ଗଳାଶ୍ରୀ ଛାନ୍ଦ )
ନାମେ ହେତୁବାଦୀ ବଣ ବିଛୁଆତି
ସଂସ୍କାରକ ମନେ ମନେ
ପାରିବେ ଗଢିକି ଆଦର୍ଶ ହୋଇକି
ରୀତି ନୀତି ସନମାନେ ll
ପ୍ରଥା ନୀତି ରୀତି ନେଇକି ସଂସ୍କୃତି
ହେବାପାଇଁ ଶୃଙ୍ଖଳିତ
ପାପ ପୁଣ୍ୟ ଭାବ ଧାର୍ମିକ ସ୍ଵଭାଵ
ସାଧୁତାର ବିକଶିତ ll
ସତ୍ୟଯେ ବିଜ୍ଞାନ ଯେ ପରିବର୍ତ୍ତନ
ଘଡିକେ ଘଡି ବଦଳେ
ସତ୍ୟ ଚିରନ୍ତନ ଅପରିବର୍ତ୍ତନ
ଧର୍ମ ସେହି ଚିରକାଳେ ll
ମାନ କି ନ ମାନ ବିଦ୍ରୁପ କରିଣ
ହୋଇଯିବ ସତ୍ୟବାଦୀ
ଜଗତ ହସୁଛି କାର୍ଯ୍ୟ କୁ ଦେଖୁଛି
ହୀନ କା6ର୍ଯ୍ୟ ହେତୁବାଦୀ ll
ସମାଜ ସଂସ୍କାର ହେଵା ଦରକାର
ନିୟମ ପ୍ରସ୍ତୁତ କର
ଧର୍ମର ସଂସ୍କାର କାମ ଧାର୍ମିକର
ସତ୍ୟ ପଥ ଚିନ୍ତାକର ll
କରେ ନିବେଦନ ହେତୁବାଦୀ ଜାଣ
ଆଦର୍ଶ ସଂହିତା ଗଢ଼
ସତ୍ୟ ନ୍ୟାୟ ଶାନ୍ତି ହଟାଇ ଅନୀତି
ବିକାଶେ ଆଗକୁ ବଢ ll
ବିରିୟାନୀ ଖାଇ ପାରିବ ଦେଖାଇ
ଭ୍ରଷ୍ଟାଚାର ମୁକ୍ତ ଦେଶ
ନିଶା ହିଂସା ମୁକ୍ତ ଅସ୍ୱୟା ରହିତ
ସୁନ୍ଦରତା ପରିବେଶ ll
ଧାର୍ମିକ ଭାବନା ଦେଖାଏ ଆଇନା
ସତ୍ୟପଥ ଜାଗୁରିତ
କରେ ଉତ୍ସାହିତ ମାନବର ବାଦ
ହେତୁବାଦୀ ଯେ ଭ୍ରମିତ ll
ଧର୍ମ ବିନା ଶିକ୍ଷା ଅଟେ ଯେ ଅଶିକ୍ଷା
ବିଜ୍ଞାନୀ ତାହା ଜାଣିଛି
ନଡ଼ିଆ ଭାଙ୍ଗିକି ଦୀପ କୁ ଦେଇକି
ଉପଗ୍ରହ କୁ ଛାଡ଼ୁଛି ll
ନ ମାନି ନ ମାନି ଶ୍ରଦ୍ଧା ହଜିଲାଣି
ପାଶ୍ଚାତ ହନୁକରଣ
ଆମର ସଂସ୍କୃତି ବିଦେଶେ ଆଦୃତି
ଧର୍ମ ଏଠି ହୀନିମାନ ll
ପାରକ ମନ୍ଦିର ସହର ବଜାର
ଦେଖ ନିଜ ପରିବାର
ସବୁଠି ଅଶ୍ଳୀଳ ଲଙ୍ଗୁଳି ପାଗଳ
ବିଶ୍ଳେଷଣ ଚରିତ୍ରର ll
ସମ୍ପର୍କ ଏଠାରେ ନିଲାମ ଦାଣ୍ଡରେ
ଝିଅ ବଳତ୍କାରୀ ପିତା
ଦାଦା ଝିଆରୀର ପ୍ରେମ ସମ୍ପର୍କର
ଖବର ଲାଗଇ ପିତା ll
ସଜାଡି ପାରିବ ସଂସ୍କାର ହୋଇବ
ହେତୁବାଦୀ ଟିକେ କୁହ
ପାପ ନୁହେଁ ସତ ଦେଖିନୁ କେବେତ
ହଟାଇ ପାରିବ କୋହ ?