ଭାରତ ମାଁ
ଭାରତ ମାଁ
ଆମ ଦେଶ ଭାରତ ସବୁଠୁ ସୁନ୍ଦର
ଧର୍ମ ନିରପେକ୍ଷ ରାଷ୍ଟ୍ର ଆମର ।
ହିନ୍ଦୁ,ମୁସଲିମ୍,ଶିଖ୍,ଇଶାଇ
ସମସ୍ତେ ଭାଇ ଭଉଣୀ ଆମର ।୧।
କଲା ସଂସ୍କୃତି, ପରମ୍ପରାକୁ
ଆମେ ବଞ୍ଚାଇ ରଖିବୁ ।
ସୁନା ଦେଶ ରୂପରେ
ଆମ ଭାରତ ଗଢିବୁ ।୨।
ସ୍ୱଚ୍ଛ ପରିମଳ ଭାରତ ଆମର
ଦିଅଇ ସ୍ୱଚ୍ଛତାର ପରିଚୟ ।
ଏଠି କେହି ନୁହେଁ ପର ଆପଣାର
ସଭିଏ ସଭିଙ୍କ ଆଦର ।୩।
ଭାରତ ମାଆ କୋଳରେ ଜନ୍ମିଛନ୍ତି
ଅନେକ ବୀରଙ୍ଗନା ଓ ବୀରପୁରୁଷ ।
ଦେଶକୁ ଗଢି ତୋଳି ଅମର
ହୋଇଯାଇଛନ୍ତି ବହୁ ମହାନ ପୁରୁଷ ।୪।
ଭାରତ ମାଆର ସୁପୁତ୍ର ଆମେ
ଜନ୍ମି ଅଛୁ ଏହି ପବିତ୍ର ସ୍ଥଳରେ ।
ନାମ ତାହାର ଭାରତ ମାଆ
ପାଳୁଅଛି ଆମକୁ ତା' କୋଳରେ ।୫।
