STORYMIRROR

JITURAM SAHU

Abstract Classics Inspirational

3  

JITURAM SAHU

Abstract Classics Inspirational

ତୃପ୍ତି

ତୃପ୍ତି

1 min
247

ଏ ତୃପ୍ତିର ସୀମା ନାହିଁ 

କେତେବେଳେ ଜୁଆର ପରି

ମାଡି ଆସେ ତ 

କେତେବେଳେ ଲହରୀ ପରି ।।


ଜୀବନ ନଉକା ମନ୍ଥର

ଗତିରେ ଧୀରେ ଆସି ପହଞ୍ଚେ

କୂଳରେ ଲାଗିଲେ ହୃଦୟକୁ

ଏକ ନୂତନ ଉର୍ଜା ପହଞ୍ଚେ ।।


ସ୍ମୃତିରେ ଭାସି ରହିବା ଅପେକ୍ଷା

ମୁଁ ବାସ୍ତବତାକୁ ବିଶ୍ୱାସ କରେ

କାରଣ ଏହା ଯେ

ମନର ଭାବନାକୁ ଜାଜ୍ୱଲ୍ୟମାନ ରଖେ ।।


ନିଜକୁ ପୂର୍ଣ ରୂପରେ ସଂଚାରିତ କରି

ଗଢିବାକୁ ହେଲେ ମନର

ଭାବନାକୁ ଦୁରେଇ ଦେଇ

ପାର୍ଶ୍ୱ ପ୍ରତୀକ୍ଷା ଏଡାଇ ଯିବା ଆଗେଇ ।।


ଆସିବ ନିଶ୍ଚୟ ଏ ତୃପ୍ତିରାଣୀ

ହୃଦୟର କଥା ତୁମ ଜାଣି

ଅପେକ୍ଷାର ଅନ୍ତଃ ଫଳ ଜାଣ

ଅତ୍ୟନ୍ତ ମିଠା ଲାଗେ ବୋଲି ମାନି ।।


ଆସିବ ନିଶ୍ଚୟ ଏ ତୃପ୍ତିରାଣୀ....

ଆସିବ ନିଶ୍ଚୟ ଏ ତୃପ୍ତିରାଣୀ....


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract