ପ୍ରୀତିର ଫଗୁଣ ଅନାଇ ବସିଛି
ପ୍ରୀତିର ଫଗୁଣ ଅନାଇ ବସିଛି
ମୋ ମନର ନାୟିକା
କେବେ ଆସି ଧରା ଦେବ ।
ତୁମ ବିନେ ଏକା ମୁଁ
ଆସି ଥରେ ଦେଖି ଯିବ ।।
ଖୋଜୁଛି ଏ ମନ ତୁମକୁ
ଚାହିଁ ବସିଛି ନିରନ୍ତର ।
ଜଳ ବିନେ ଯେହ୍ନେ ଝସ
ନାହିଁ ତା'ର ପଟାନ୍ତର ।।
ମୋ ଜୀବନ ନଉକା
ଆସିଥିଲ ଏକା ଏ କୂଳକୁ ।
କେବେ ମୋ ଜୀବନେ ଆସିବ ବୋଲି
ଛାଡି ଯିବନି ଏକା କରି ବହୁ ଦୂରକୁ ।।
ପ୍ରୀତିର ଫଗୁଣ ଅନାଇ ବସିଛି
ଦିନେ ଆସିବ ମୋ ଜୀବନ ରାଧା ।
ରଙ୍ଗର ବାରିରେ ଭିଜେଇ ଦେବି
କୃଷ୍ଣ ପ୍ରତି ଯେମିତି ରାଧା ।।
ପ୍ରୀତିର ଫଗୁଣ ଖେଳ
ପ୍ରେମୀ ଯୁଗଳଙ୍କ ମିଳନ ।
ନାଲି ରଙ୍ଗେ ନାଲି ଅଧର
ସ୍ୱପ୍ନର ନାୟିକା ବାସ୍ତବ ଗଠନ ।।