STORYMIRROR

JITURAM SAHU

Romance Inspirational

4  

JITURAM SAHU

Romance Inspirational

ପ୍ରୀତିର ଫଗୁଣ ଅନାଇ ବସିଛି

ପ୍ରୀତିର ଫଗୁଣ ଅନାଇ ବସିଛି

1 min
252

ମୋ ମନର ନାୟିକା

    କେବେ ଆସି ଧରା ଦେବ ।

ତୁମ ବିନେ ଏକା ମୁଁ

    ଆସି ଥରେ ଦେଖି ଯିବ ।।


ଖୋଜୁଛି ଏ ମନ ତୁମକୁ

    ଚାହିଁ ବସିଛି ନିରନ୍ତର ।

ଜଳ ବିନେ ଯେହ୍ନେ ଝସ 

    ନାହିଁ ତା'ର ପଟାନ୍ତର ।।


ମୋ ଜୀବନ ନଉକା

     ଆସିଥିଲ ଏକା ଏ କୂଳକୁ ।

କେବେ ମୋ ଜୀବନେ ଆସିବ ବୋଲି

     ଛାଡି ଯିବନି ଏକା କରି ବହୁ ଦୂରକୁ ।।


ପ୍ରୀତିର ଫଗୁଣ ଅନାଇ ବସିଛି

    ଦିନେ ଆସିବ ମୋ ଜୀବନ ରାଧା ।

ରଙ୍ଗର ବାରିରେ ଭିଜେଇ ଦେବି 

    କୃଷ୍ଣ ପ୍ରତି ଯେମିତି ରାଧା ।।


ପ୍ରୀତିର ଫଗୁଣ ଖେଳ

    ପ୍ରେମୀ ଯୁଗଳଙ୍କ ମିଳନ ।

ନାଲି ରଙ୍ଗେ ନାଲି ଅଧର

    ସ୍ୱପ୍ନର ନାୟିକା ବାସ୍ତବ ଗଠନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance