STORYMIRROR

Mrs. SASMITA DAS

Abstract

4  

Mrs. SASMITA DAS

Abstract

ଆବର୍ଜନାର ଆସ୍ତରଣ

ଆବର୍ଜନାର ଆସ୍ତରଣ

1 min
143

ପ୍ରକୃତିର ସୌନ୍ଦର୍ଯ୍ଯତା

ଆଜି ମୁଁ କେଉଁଠି ଖୋଜିବି

ସବୁଜଘେରା ପାହାଡ଼ ପାଖକୁ ଯାଉଛି

ପଥର ସ୍ଖଳନର  ଭୟ ରହୁଛି

ବିଦୀର୍ଣ୍ଣ   କରିସାରିଲାଣି ଏ ସ୍ୱାର୍ଥପର ମଣିଷ

ନଭଶ୍ଚୁମ୍ବୀ  ପାହାଡ଼ର ଅସ୍ତୀତ୍ୱ କ୍ଷୁର୍ଣ୍ଣକରି

ପୁଣି ଫେରିଆସେ ନଦୀ  ପଠାକୁ 

ଗ୍ରୀଷ୍ମର ଅପରାହ୍ନେ

କିଛି  ଶୀତଳତା   ଆଶାରେ

ମାତ୍ର,  କୁଢ଼ କୂଢ଼  ଆବର୍ଜନାରେ

ପରିପୂର୍ଣ୍ଣ  ନଦୀ ପଠା

ଆହୁରି ବି ଭୟ ରହେ

ସାମ୍ପ୍ରତିକ  ରୋଗର  ଚେହେରା  

କେଉଁଠି  ଖୋଜିବି ମୁଁ ପ୍ରକୃତିର ସୌନ୍ଦର୍ଯ୍ଯତା

ସବୁଜ ବନାନୀ ଖୋଜେ

ମାତ୍ର କଂକ୍ରିଟ୍ ର ଜଙ୍ଗଲ ପାଏ   

ଧୃଷ୍ଟ ଏ ମଣିଷ କ୍ରୁୁର କାର୍ଯ୍ଯକଳାପ ଦୃଶ୍ଯମାନ ହୁଏ 

କୁଢ଼ କୁଢ଼ ଆବର୍ଜନାରେ  

ପରିପୂର୍ଣ୍ଣ  ଏ  ରାସ୍ତାକଡ଼ ,ନଈକୂଳ

ଆଉ  ପାହାଡ଼ ର ପାଦଦେଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract