ପ୍ରତିଶୋଧ
ପ୍ରତିଶୋଧ
ପ୍ରଥମ ଦେଖାରେ
ପଚାରିଲା ଯିଏ "ପ୍ରତିଶୋଧ "
କିଏ ତମେ, ତମେ କିଏ
ଶେଷ ଦେଖା ବେଳେ
ଲୁହର ବନ୍ୟାରେ
ଚାଲିଗଲା ଦୂରେ ସିଏ
ପ୍ରଥମ ଓ ଶେଷ
ମଝିରେ ଦିନ ଆଉ ରାତି
ଅପେକ୍ଷା ରେ ନେଲା ଯିଏ
ଗଲାବେଳେ କହିଦେଇଗଲା
ଭୁଲିଯିବ ଏଵେ ସିଏ
ହସ ଲାଗେ ଆଜି
ସେଇକଥା ଭାଵି
ଏ କଥା କି ଭୂଲିହୁଏ
ଅଢେଇ ଅକ୍ଷର
ପ୍ରଥମ ଥର
ଗଢିଦେଲା ଯେଉଁ ସୌଧ
ସେ ସୌଧ ଯିଏ ଭାଙ୍ଗିଦେବ ସିଏ
ନେବ ହୁଏତ ପ୍ରତିଶୋଧ
ନହେଲେ ପାଗଳ ପରାଏ
ନିଶ୍ଚେ ହେବ ଅର୍ଦ୍ଧଦଗ୍ଧ
ଜଗାଙ୍କୁ ପଚାର
ରାଧାଙ୍କୁ ନ ଭୁଲି
କରିନାହାନ୍ତି କି ଅପରାଧ
"ଜି " ଯିବା ପାଇଁ ଆଉ ଦୁଇ ଘଡି
ଧରି କି ନାହାଁନ୍ତି ରାଧା ପାଦ
ଜାଣି ମୁଁ ପାରୁନି
ରାଧା ଙ୍କ ଆଖିରେ ଅପରାଧ ବହ୍ନି
ଅବା ଖାଲି ପ୍ରତିଶୋଧ
ସେଇଥିପାଇଁକି
ସରିଆସେ ପା 'କଳିଯୁଗ.