STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ପ୍ରତିଶୋଧ

ପ୍ରତିଶୋଧ

1 min
410

ପ୍ରଥମ ଦେଖାରେ 

ପଚାରିଲା ଯିଏ  "ପ୍ରତିଶୋଧ "

କିଏ ତମେ, ତମେ କିଏ 

ଶେଷ ଦେଖା ବେଳେ 

ଲୁହର ବନ୍ୟାରେ 

ଚାଲିଗଲା ଦୂରେ ସିଏ 

ପ୍ରଥମ ଓ ଶେଷ 

ମଝିରେ ଦିନ ଆଉ ରାତି 

ଅପେକ୍ଷା ରେ ନେଲା ଯିଏ 

ଗଲାବେଳେ କହିଦେଇଗଲା 

ଭୁଲିଯିବ ଏଵେ ସିଏ 

ହସ ଲାଗେ ଆଜି 

ସେଇକଥା ଭାଵି 

ଏ କଥା କି ଭୂଲିହୁଏ 

ଅଢେଇ ଅକ୍ଷର 

ପ୍ରଥମ ଥର 

ଗଢିଦେଲା ଯେଉଁ ସୌଧ 

ସେ ସୌଧ ଯିଏ ଭାଙ୍ଗିଦେବ ସିଏ 

ନେବ ହୁଏତ ପ୍ରତିଶୋଧ 

ନହେଲେ ପାଗଳ ପରାଏ 

ନିଶ୍ଚେ ହେବ ଅର୍ଦ୍ଧଦଗ୍ଧ 

ଜଗାଙ୍କୁ ପଚାର 

ରାଧାଙ୍କୁ ନ ଭୁଲି 

କରିନାହାନ୍ତି କି ଅପରାଧ 

"ଜି " ଯିବା ପାଇଁ ଆଉ ଦୁଇ ଘଡି 

ଧରି କି ନାହାଁନ୍ତି ରାଧା ପାଦ 

ଜାଣି ମୁଁ ପାରୁନି 

ରାଧା ଙ୍କ ଆଖିରେ ଅପରାଧ ବହ୍ନି 

ଅବା ଖାଲି ପ୍ରତିଶୋଧ 

ସେଇଥିପାଇଁକି 

ସରିଆସେ ପା 'କଳିଯୁଗ.


Rate this content
Log in

Similar oriya poem from Abstract