STORYMIRROR

Sudhir Kumar Panda

Abstract Inspirational

4  

Sudhir Kumar Panda

Abstract Inspirational

ପ୍ରଦୂଷଣ

ପ୍ରଦୂଷଣ

1 min
23K


ବ୍ୟବହାର ପରେ ଫିଙ୍ଗିଲା ମଣିଷ ଯେତେ ସେ ଅଦରକାରୀ

ବଢି ବଢି ସେତ କୁଢ କୁଢ ହେଲା ଆଣିବାକୁ ମହାମାରୀ।

ପ୍ଲାଷ୍ଟିକ ଜିନିଷ ଆଉ ପଲିଥିନ ବ୍ୟବହାର ଗଲା ବଢି

ମାଟିରେ ସେ ରହେ ଖତ ହୁଏନାହିଁ ଉର୍ବରତା ଗଲା ଛାଡି।

ଘରେ ଓ ବାହାରେ ଜଳରେ ସ୍ଥଳରେ ଭାସମାନ ସବୁ ହେଲା

ଯେଉଁ ଜୀବଜନ୍ତୁ ତାହାକୁ ଖାଇଲା ପ୍ରାଣଟି ତାହାର ଗଲା।

ସେ ବର୍ଯ୍ୟ ବସ୍ତୁର ରାସାୟନ ତତ୍ବ ବିଷ ହୋଇ ଯାଏ ମାଡି

ତାହାରି ପ୍ରଭାବେ ମଣିଷର ପ୍ରାଣ ଅଜାଣତେ ଯାଏ ଛାଡି।

ସରକାରଙ୍କର ନାଗରିକଙ୍କର ଦାୟିତ୍ୱ ରହିଲା ନାହିଁ

ଆଧୁନିକତାର ଦ୍ବାହି ଦେଇ ସର୍ବେ ତୁନି ତାନି ଗଲେ ରହି।

କ୍ଷଣିକ ସୁବିଧା କ୍ଷଣିକର ସୁଖ ପାଲଟିଲା ମହା କଷ୍ଟ

ବାଟ ପାଉନାହିଁ କେମିତି ରୋକିବ ପ୍ରଦୂଷଣର ଏ ନଷ୍ଟ।

ଏବେ ବି ସମୟ ଅଛି ଆଉ କିଛି ସୁଧାରିବାକୁ ନିଜକୁ

ନ ସୁଧରି ଗଲେ ଡେରି ନାହିଁ ଆଉ ଜୀବନଟା ହାରିବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract