STORYMIRROR

SASANKA SEKHAR PANDA

Abstract Others

4  

SASANKA SEKHAR PANDA

Abstract Others

ସାଇତା ଅଳି

ସାଇତା ଅଳି

1 min
336

ଭିଜା ଭିଜା ଏଇ ଚାନ୍ଦିନୀ ରାତିରେ 

ଖୋଜୁଛି କାହାକୁ ଆଖି

ଝାପସା ଝାପସା ଏଇ ଛାଇ ଆଲୁଅରେ

ପାଇବ କି କେବେ ଦେଖି, 

ମନ ସିନା ଏଠି ପାଉଛି ଯାତନା

ଅତୀତ ନିଆଁରେ ଜଳି

ଭଙ୍ଗା ହୃଦୟରେ ସାଉଣ୍ଟି ଚାଲିଛି

ସେଦିନ ସାଇତା ଅଳି, 

ଆଶା ମରୀଚିକା ତତଲା ବାଲିରେ

ମଉଳି ଯାଉଛି ଶୁଖି..... 

କିଏ ବା ଦେଖିବ ଛାତିର ଦରଦ

ଆପଣାର କେହି ନାହିଁ

ଭଲପାଇବାଟା ବିରହ ବେଦନା

ସାଜିଥାଏ କାହା ପାଇଁ, 

ରାତି ବି ବିତିବ ସପନ ହଜିବ

ଅକୁହା କାହାଣୀ ଲେଖି.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract