STORYMIRROR

SASANKA SEKHAR PANDA

Romance Tragedy

3.5  

SASANKA SEKHAR PANDA

Romance Tragedy

ଅସରନ୍ତି ସ୍ୱପ୍ନ

ଅସରନ୍ତି ସ୍ୱପ୍ନ

1 min
215


ଅସରନ୍ତି ସ୍ୱପ୍ନ ବିଞ୍ଚିଦେଲା କିଏ

ହୃଦୟ ଦରଜା ଖୋଲି

ହାତ ପାପୁଲିରେ ପିରତି ସାଉଁଟି

ଦେହେ ବୋଳିଗଲା ଚାଲି, 

ଦୂର ସାଗରର ସୁନେଲି ଦ୍ୱୀପରେ

ଗଢିଲା ଛୋଟିଆ ଘର

ସେହି ଘରେ କେତେ ଟିକି ଟିକି ଆଶା

ମଥା ପିଟେ ବାରମ୍ବାର, 

ମନ ଖୋଜେ ନିତି ହଜିଯିବା ପାଇଁ

ପିଛିଲା ଦିନକୁ ଭୁଲି..... 

ଅସରନ୍ତି ସ୍ୱପ୍ନ ବିଞ୍ଚିଦେଲା କିଏ

ହୃଦୟ ଦରଜା ଖୋଲି.....

କେବେ କେବେ ଜଳେ ପ୍ରେମର ନିଆଁରେ

ବିଶ୍ୱାସର ବାଜି ହାରି

ଆଖିର ଲୁହକୁ ସାଇତି ଆଖିରେ

ନିତି ହେଉଥାଏ ଝୁରି, 

ଅଧୁରା ଜୀବନେ ପ୍ରତାରଣା ଝଡ଼

ଅତୀତକୁ ଦିଏ ଠେଲି.....

ଅସରନ୍ତି ସ୍ୱପ୍ନ ବିଞ୍ଚିଦେଲା କିଏ

ହୃଦୟ ଦରଜା ଖୋଲି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance