STORYMIRROR

Santosh Kumar Nayak

Abstract Others

4  

Santosh Kumar Nayak

Abstract Others

କିଏ ଜାଣେ କେଉଁ ରଙ୍ଗ

କିଏ ଜାଣେ କେଉଁ ରଙ୍ଗ

1 min
23.6K


ସଧବା ଜାଣଇ ନାଲିର ମହତ୍ତ୍ବ

ବିଧବା ଜାଣଇ ଧଳା,

ମୁହଁରେ ମାଖଇ ହଳଦିଆ ରଙ୍ଗ

ଜାଣଇ କୁଆଁରୀ ବାଳା। 

ବିହଗ ଜାଣଇ ଦୂର ଆକାଶର

ନୀଳ ରଙ୍ଗ କେମିତିକା,

କଳା କିଟିକିଟି କାଳିଆ କାହ୍ନୁକୁ

ଜାଣଇ ଭକତ ଏକା।

ଗୋଲାପୀ ଗାଲି ମୋ ପ୍ରେମିକା ଜାଣଇ

ଗୋଲାପୀ ରଙ୍ଗର ଭାଉ,

ସବୁଜ ରଙ୍ଗକୁ କବି ବିନା ଭଲା

ଜାଣିକେ ପାରିବ ଆଉ।

ଇନ୍ଦ୍ରଧନୁ ରଙ୍ଗ ମୟୁରୀ ଜାଣଇ

ପ୍ରଜାପତି ଫୁଲ ରଙ୍ଗ,

ହୋଲିର ରଙ୍ଗକୁ ସେହି ଜାଣିପାରେ

ଅଛି ଯାର ବହୁ ସାଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract