Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudipta Behera

Abstract Others

4  

Sudipta Behera

Abstract Others

ଚକାଆଖି

ଚକାଆଖି

1 min
390


ଆହେ ଚକାଆଖି

ଭାବର ଠାକୁର

ଭକତ ଡୋର ରେ ବନ୍ଧା l

ତୁମ୍ଭେ ଥାଉ ଥାଉ

ଭକତ କି ଆଜି

ହୋଇବ ମୃତ୍ୟୁ ରେ ଛନ୍ଦା I

ଘୋର ବନେ ତୁମେ

ମୃଗୁଣୀର ଡାକ

ଶୁଣି ଥିଲ ହୃଦୟ ରେ l

ଆଜି କାହିଁ ତୁମେ

ଚୁପ୍ ଚାପ୍ ବସ

ନିରବ ସେ ଦେଉଳ ରେ l

ଗଭୀର ଜଳରେ

ଗଜ ରାଜ ଦୁଃଖ

ନାଶ କଲ ଚକ୍ର ପେଶୀ

ଭକ୍ତ ର କରୁଣ

ଶୁଣା ଯାଉ ନାହିଁ

ମଉନେ ରହିଛ ବସି l

ଭକ୍ତ ର ଠାକୁର

ଭକତ ର ଭାବ

ବାଲି ରଥେ ବିଜେ କଲ l

ଆକୁଳ ଚିତ୍କାର

ତୁମ୍ଭ ଭକତ ଯେ

ମରୁଚି ସେ କଲ ବଲ l

ଆହେ ଦୟାମୟ

ବିଶ୍ଵ ବ୍ରହ୍ମାଣ୍ଡ ର

ତୁମେ ଯେ ସବୁରି କର୍ତ୍ତା l

ମାରି ପାର ତୁମ୍ଭେ

ତାରି ପାର ତୁମ୍ଭେ

ରଖ ହେ ମର୍ତ୍ତ୍ୟ ର ସ୍ରଷ୍ଟା l

ହାତ ଯୋଡି ଆଜି

ତୁମ୍ଭ ପଦ୍ମ ପଦେ

କରୁଛୁ ଗୁହାରୀ ଆମ୍ଭେ

ତୁମ୍ଭ ଦି ବାହୁରେ

ରଖ ହେ ଆମ୍ଭ କୁ

ଭଜୁଥିବୁ ତୁମ୍ଭ ନାମେ l



Rate this content
Log in