STORYMIRROR

Kumar Mrutyunjay

Abstract

4  

Kumar Mrutyunjay

Abstract

ଚଳନ୍ତି ଈଶ୍ୱର

ଚଳନ୍ତି ଈଶ୍ୱର

1 min
22.3K

ମୋର ଚିର କୃତଜ୍ଞତା 

ସେଇ ଦୁଇ ମହାନ ବ୍ୟକ୍ତିଙ୍କୁ 

ଯିଏ ଯୋଗମାୟା ଙ୍କ 

ଅନନ୍ୟ ପ୍ରେମଶକ୍ତି ରେ 

ମୋତେ ଉତ୍ତାରିଲେ ଜଗତ କୁ, 


ସେ ଋଣ ନା କିଏ ସୁଝିଛି 

ନା ଭବିଷ୍ୟରେ କିଏ ସୁଝିବ 

ହୃଦୟର ଏକ ଭାବ ଡୋରିରେ 

ଛନ୍ଦି ହୋଇ ସ୍ନେହ ପ୍ରେମ ବାଣ୍ଟୁଥିବ, 


ସେଇ କୁନି ପାଦଦୁଇ 

ଯେତେବେଳେ ଟଳମଳ ହୁଏ 

ଆଶା ଭରସା ବିଶ୍ୱାସ ର 

ଦୁଇ ହାତ ସଦା ପାଖେ ଥାଏ, 


ଜଣେ ହାତ ଧରି 

ଲମ୍ବା ପଥ କୁ ଅତିକ୍ରମ 

କରିବା ଶିଖାଏ 

ଆଉଜଣେ ଛାତିରେ ଯାକି 

କାନି ଢାଙ୍କି ବଞ୍ଚିବାର 

ରାହା ଦିଏ, 


କେବେ ସ୍ନେହ କେବେ ଆକଟ 

କେତେ ଅଳି କେତେ ଅଝଟ 

ସବୁକିଛି କୁ ଶୁଣି ନୀରବରେ 

ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା 

କେବେ ନଥାଏ ସହଜ, 


ତଥାପି ହସି ହସି 

କୋହକୁ ଛାତିରେ 

ଲୁହକୁ ଆଖିରେ ଚାପି 

ଦୁନିଆଁର ଆଲୋକ 

ଦେଖଉଥାନ୍ତି 

ଦୁଇ ଚଳନ୍ତିଈଶ୍ୱର |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract