STORYMIRROR

Sudhir Kumar Panda

Abstract

4  

Sudhir Kumar Panda

Abstract

ତୋଳି ଦେଲି ରଙ୍ଗ

ତୋଳି ଦେଲି ରଙ୍ଗ

1 min
24.1K


ଜୀବନଟା କେବେ କଟି ତ ପାରେନା ରହି ବିନା ସାଥି ସାଙ୍ଗ

ଏକୁଟିଆ ରହି କେଉଁଠୁ କାଢିବା ଜିଇଁବାର ରଙ୍ଗ ଢଙ୍ଗ।

ଭଳିକି ଭଳିକି ରାଗ,ରୂପ,ରସ, ଛନ୍ଦ, ତାଳ ଆଉ ଲୟ

ସବୁ ମିଶିମାଶି ଏକାଠି ରହିଲେ ଜୀବନ ହୁଅଇ ଥୟ।

ଜୀବନ ସରସ ଲାଗଇ ମିଶିଲେ ଭିନ୍ନ ଭିନ୍ନ ଉପାଦାନ

ସବୁ ଉପାଦାନ ମିଶି ହୋଇଥାଏ ଅତି ସୁନ୍ଦର ଜୀବନ।

ଗୋଟିଏ ରଙ୍ଗରେ ଗୋଟିଏ ଢଙ୍ଗରେ ଜୀଇଁବ କିଏ ବା କେତେ

ନାନା ରଙ୍ଗ ଫୁଲ ମନକୁ ମୋହନ୍ତି ଭଲଲାଗେ ଭାରି ସତେ।

ଭିନ୍ନ ଭିନ୍ନ ରଙ୍ଗ ନେଇ ଏ ଜୀବନ କେବେ ନାଲି କେବେ ନୀଳ

କେବେ ସେ ସବୁଜ କେବେ ବାଇଗଣୀ ପୁଣି କେବେ ଘନନୀଳ

ନାରଙ୍ଗୀ ରଙ୍ଗରେ ରଙ୍ଗିଥାଏ କେବେ ହଳଦିଆ ରଙ୍ଗ ଫୁଟେ

କଳା ଧଳା ପୁଣି ଦୁଇଗୋଟି ରଙ୍ଗ ପ୍ରାନ୍ତ ଦୁଇ କୂଳେ ଯୁଟେ।

ବିଭିନ୍ନ ରଙ୍ଗର ସମାହାର ଅଟେ ଏଇ ଜୀବନର ଗୀତ

ଯେଉଁ ରଙ୍ଗ ତୁମେ ଭଲପାଅ ଆସି ନେଇଯାଅ ମୋ ଠୁଁ ମିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract