Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mallika singh

Drama

3  

Mallika singh

Drama

ଯୌଥ ପରିବାର

ଯୌଥ ପରିବାର

1 min
173


ବୈକୁଣ୍ଠ ସମାନ ଅଟେ ସେଇ ଘର

ପରସ୍ପର ସ୍ନେହ ଥାଏ ନିରନ୍ତର

ଲୋଡ଼ା ହୁଏ ନାହିଁ ଧନ କି ସମ୍ପଦ

ଥିଲେ ଯୌଥ ପରିବାର ।


ବାପା ବୋଉ ଭାଇ ଭଉଣୀ ସମେତ

ଜେଜେ ,ମା ଦାଦା ଖୁଡ଼ି

ଏକ ଛାତ ତଳେ ରହୁଥିଲୁ ସର୍ବେ

ସତେକି ସରଗ ପୁରୀ ।


ଗୁରୁ ଗୁରୁଜନେ ଯଥା ସନମାନ

ଲଘୁ ଜନେ ସ୍ନେହ ଶ୍ରଦ୍ଧା

ନଥିଲା ସେ ଠାରେ ମୁଁ ' ର ହୁଙ୍କାର

ଆମେ ଭାବନା ରେ ବନ୍ଧା ।


ହସ ଖୁସି ନେଇ ମନ ଆନନ୍ଦ ରେ

କଟିଥିଲା ଆମ ଦିନ

ଦୁଃଖ ସୁଖ ସବୁ ବାଣ୍ଟି ନେଉଥିଲୁ

ନ ଥିଲା ବିଷାଦ ଚିହ୍ନ ।


ଆଜିକା ଜମାନା ବଡ଼ ସ୍ୱାର୍ଥପର

ଭାଇ ଭାଇ ହୋଇ ଭିନେ

ବାପା ବୋଉ ଙ୍କର ଖାଇବା ରହିବା

ପାଳି ହୁଏ ଦିନେ ଦିନେ ।


ଘର ମଝିଟାରେ ପାଚେରୀ ଉଠଇ

 ବିଲ ର ମଝିରେ ହିଡ଼

ସମ୍ପତି ପାଇଁ କି ରକତ ରେ ଗାର

 ଭାଇ ଭାଇ ମଧ୍ୟେ ଝଡ଼ ।


ଯେତେ ଯେତେ ଶିକ୍ଷା ଲଭୁଚି ମଣିଷ

ସେତେ ଗ୍ରାସେ ଅହଂକାର

ସତେ ଅଯାଣତେ ତ୍ରୁଟି ରହିଗଲା

ଆମ ଶିକ୍ଷା ବ୍ୟବସ୍ଥାର ।


Rate this content
Log in

Similar oriya poem from Drama